ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମଧୁଭରା ସ୍ମୃତି =

ମଧୁଭରା ସ୍ମୃତି____

କେଉଁ କ୍ଷଣେ ତୁମେ ଆସିଲ ଜୀବନେ
ଏତେ ମଧୁ ଭରିଦେଲ,
ଦିନ କେଇଟାର ଆପଣାର ସାଜି
ମନକୁ ଚୋରାଇ ନେଲ।।
ଚାଲିଯିବା ପାଇଁ ଥିଲା ଯେବେ ତୁମ,
ଆସିଲ କିଆଁ ମୋ ଘର,
ସ୍ନେହ ମମତାର ପରଶ ଲଗାଇ,
କରିଦେଲ ସାତ ପର।।
ତୁମ ସଂଗେ ଯେତେ ବିତାଇଛି ଦିନ
ରହିଥିବ ମନେ ମୋର,
ଭଲ ପାଇବାର ଦୀପ ଶିଖାଟିତ
ଅନ୍ତରେ ଜଳୁଛି ମୋର।।
ଅଭୁଲା ଅଲିଭା ସ୍ମୃତି ସବୁ ଯେତେ,
ସାଇତି ରଖିଛି ମନେ,
ହୃଦୟ ବେଦୀରେ ସଜାଇ ରଖିବି,
ତୁମକୁ ମୁଁ ସବୁଦିନେ।।
ସପନର ରଙ୍ଗ ଗୋଲାପୀ ଗୋଲାପୀ 
ବାସ୍ତବ ରଙ୍ଗ ଯେ ଧୂସର,
ସାଗର ବେଳାର ବାଲି ଘର ପରି,
ଭାଙ୍ଗିଲା ସପନ ଘର।।
ପାଇବା ପାଇଁକି ଚାହିନି ତୁମକୁ,
ଚାହିଁବା ପାଇଁହି ଚାହିଁଛି,
ଭଲ ପାଇବାର ପରିଭାଷା ଟିକୁ 
ହୃଦୟ ଭିତରେ ଖୋଜିଛି।।
ପାଇବା ହାରିବା ସେ ଯେ ଜୁଆଖେଳ,
ଜୀବନରେ ଲାଗିଥିବ,
ପ୍ରେମ ଖାଲି ସିନା ଶାଶ୍ଵତ ଅମର,
ଧ୍ରୁ ଵ ସତ୍ୟ ପରି ଥିବ।।

_____ଚିତ୍ରା ରାଣୀ ପାତ୍ର___

                  ବାଲେଶ୍ଵର

 

Related posts

ସ୍ମୃତିରଞ୍ଜନ ଦାସ ଙ୍କ କବିତା ।। ପ୍ରିୟା ଚିଠିର ଉତ୍ତର ।।

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା // ତୁମେ ଆଉ ମୁଁ

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା l l l ଜୀବନ l l l

Sunil Chandra Nayak

Leave a Comment

error: Content is protected !!