ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପୂଜାରିଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

ତେନ୍ତୁଳିଖୁଣ୍ଟି 23 03 /23 ତେନ୍ତୁଳିଖୁଣ୍ଟି ବ୍ଳକର ପୂଜାରୀଗୁଡା ଠାରେ ଯାନୀ ବାଲି ଯାତ୍ରା ଗତକାଲି ବୁଧବାର ରେ ଅନୁଷ୍ଠିତ ହୋଇଥିଲା।ଏହି ବାଲିଯାତ୍ରା ତିନି ବର୍ଷ ରେ ଥରେ ହୋଇଥାଏ ।ଏହି ବାଲିଯାତ୍ରା ରେ ନଅ ଦିନ ଆଗରୁ ଏକ ଗ୍ରାମର ନାଳରୁ ବାଲି ଆଣି ଥାଆନ୍ତି ଏହି ବାଲିକୁ ଯାନୀ ସାହିର ଯାନୀ ଘରେ ରଖି ବାଲି ଚାମୁଣ୍ଡା କରି ଥାଆନ୍ତି। ନୂଆ ଚାଙ୍ଗୁଡ଼ି, ପତ୍ର ରେ ଦନା ରେ ବାଲି ରଖି ବିହନ ଧାନ,ମାଣ୍ଡିଆ, ମକା,ସମସ୍ତ ପ୍ରକାର ମଞ୍ଜି କୁ ବୁଣି ଗଜା କରି ଥାଆନ୍ତି।ଏହି ବିହନ ରେ ପ୍ରତ୍ୟେକ ଦିନ ହଳଦୀ ପାଣି ଦେଇ ଥାଆନ୍ତି।ବାଲି ରାପି ବା ଠାରୁ ନଅ ଦିନ ଧରି ସଞ୍ଜ ବେଳଦୁ ଗ୍ରାମର ଯୁବକ ଯୁବତୀ ମହିଳା ପୁରୁଷ ନାଚ କରି ଥାଆନ୍ତି।ଗ୍ରାମର ସମସ୍ତ ଜନସାଧାରଣ ଯାଇ ଦେଖିବାକୁ ଯାଇ ଥାଆନ୍ତି।ନବମ ଦିନରେ ଗ୍ରାମର ସମସ୍ତେ ବାହାରି ଏକ ବିରାଟ ନାଚ,ଗୀତ,ଡେମସା,ସହ ପାରମ୍ପରିକ ବେଶଭୁଷା ରେ ସଜେଇ ହେଇ ଗ୍ରାମର ମହିଳା ଯୁବକ ଯୁବତୀ ମାନେ ବାଲି ଚାଙ୍ଗୁଡ଼ି ଧରି ଶୋଭା ଯାତ୍ର ବାହାରି ଥାଏ।ା।ବାଲି ଯାତ୍ରା ରେ ଯାନୀ,ଗୁରୁମାଇ ଙ୍କ ନିର୍ଦ୍ଦେଶ ରେ ପୂଜାର୍ଚ୍ଚନା ହୋଇ ଥାଏ ଏହି ପୂଜାରୀଗୁଡା ର ବାଲିଯାତ୍ରା ରେ ସମସ୍ତ ଦଳ ର ନେତାମାନେ ପଟୁଆର ମାଧ୍ୟମରେ ଯାଇଥିଲେ।ଏଥିରେ ନବରଙ୍ଗପୁର ର ଯୋଜନା ବୋର୍ଡ ର ଅଧ୍ୟକ୍ଷ ମନହର ରନ୍ଧାରୀ, ଜିଲାପରିଷଦ ଚେୟାରମ୍ୟାନ ମୋତିରାମ ନାୟକ, ପୂର୍ବତନ ସାଂସଦ ଭୁଜବଳ ମାଝି,ଏସ ଡି ସି ଉପଦେଷ୍ଟା ପ୍ରଦୀପ ମାଝୀ,ବିଜେପି ର ଗୌରୀ ସଙ୍କର ମାଝୀ,ସନ୍ତୋଷ ପାତ୍ର,ଧରଣୀ ସିଂହ, କଂଗ୍ରେସ ର ପାତ୍ରପୁଟ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ, ଭୀମସେନ ପାଣିଗ୍ରାହୀ, ପ୍ରହଲ୍ଲାଦ ହିଆଲ, ପୂଜାରୀଗୁଡା ସରପଞ୍ଚ ଅନାଦି ନାୟକ,ସମିତି ସଭ୍ୟ ବିନୋଦଦିନୀ ସିଂହ, କିଶୋର ସିଂହ, ସୁନିଲ ସିଂହ ପାପଡାହାଣ୍ଡି ର ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝି, ଉପସ୍ଥିତ ରହି ଜନସାଧାରଣ ସହ ବାଲିଯାତ୍ରା କୁ ସଫଳ କରିଥିଲେ।ଏହି ବାଲିଯାତ୍ରା ରେ 8 ହଜାର ରୁ ଉର୍ଦ୍ଧ୍ବ ଲୋକ ହୋଇଥିଲେ ବାଲିଯାତ୍ରା ପହଞ୍ଚି ସାରିବା ପରେ ପ୍ରବଳ ବର୍ଷା ହୋଇଥିଲା ବର୍ଷା ଫଳରେ ବାଲିଯାତ୍ରା ରେ ଆସି ଥିବା ଦୂର ଦୁରାନ୍ତର ମହିଳା ପୁରୁଷ ଦୋକାନ ବଜାର ବହୁତ ଅସୁବିଧା ସମ୍ମୁଖିନ ହୋଇ ଥିଲେ।ରାତ୍ରରେ ବର୍ଷା କମିବାରୁ ଦେଶିଆ କୋରାପୁଟିଆ ନାଟକ ପରିବେଷଣ ହୋଇଥିଲା ବାଲିଯାତ୍ରା ଶାନ୍ତିଶୃଙ୍ଖଳା ସହ ହୋଇଥିବାରୁ କିଶୋର ସିଂହ,ପୂର୍ବତନ ସରପଞ୍ଚ କୁମର ପୂଜାରୀ ଧନ୍ୟବାଦ ଦେଇଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

୪୦ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା । ବଲାଙ୍ଗୀର ର ମାଆ ମେଲୋଡ଼ି ବଜାଶାଲ ତାଳରେ ଝୁମିଲେ ଦର୍ଶକ….

Sunil Chandra Nayak

ଦୋଳ ପୂର୍ଣ୍ଣିମା ପାଳନ

Sunil Chandra Nayak

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!