ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଉଗାଁ ବ୍ଲକରେ ଅଭାବୀ ଧାନ ବିକ୍ରିର ନଗ୍ନ ଚିତ୍ର, ଚାଷୀମାନେ ଧାନ ବୋଝେଇ ଟ୍ରକ ଆଗରେ ବସିଲେ !

ନାଉଗାଁ :- ଟୁକନ ପାଇଥିଲେ ବି ବିକ୍ରିକରି ପାରୁ ନାହାନ୍ତି ଧାନ ! ଆଜିକାଲି କହି ଚାଷୀଙ୍କୁ ଭଣ୍ଡାଉଛନ୍ତି ସମବାୟ ସମିତିର ସମ୍ପାଦକ ! କାହାକୁ କହୁଛନ୍ତିଯେ ସମୟ ସରିଗଲା, ଆଊ ଧାନ ବିକ୍ରିକରି ପାରିବେନି ! ଏପରି କରିବା ପଛର ରହସ୍ୟ କଣ ? ଧାନ ମଣ୍ଡିରେ ଚାଲିଛି କି ଘୃଣ୍ୟ ରାଜନୀତି ?? ନିର୍ଦିଷ୍ଟ ଚାଷୀଙ୍କୁ କରୁଛନ୍ତି ଅଣଦେଖା ? ଆସନ୍ତୁ ଜାଣିବା ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅଧିନସ୍ଥ ଅଲଣା ସେବାସମବାୟ ସମିତି ଦ୍ୱାରା ଖୋଲାଯାଇଥିବା ଧାନମଣ୍ଡିର ! ଏହି ମଣ୍ଡିରେ ଧାନ ବିକ୍ରୟ ପାଇଁ ଅଲଣା ପଞ୍ଚାୟତର ଚାଷୀ ଦେବରାଜ ସାହୁ ଧାନ ବିକ୍ରିପାଇଁ ଫ୍ରେବୃଆରୀ 13 ତାରିଖରୁ ମାର୍ଚ୍ଚ 14 ତାରିଖ ସମୟ ଧର୍ଯ୍ୟ ଥିବାର ସୂଚନା ପାଇଥିଲେ !ନଟବର ବରାଳଙ୍କ ଧାନ ବିକ୍ରି ର ଅବଧି ଥିଲା ଫ୍ରେବୃଆରୀ 14 ରୁ ମାର୍ଚ୍ଚ 16 ତାରିଖ! କିନ୍ତୁ ଏହାଙ୍କ ସହିତ 48 ଜଣ ଚାଷୀ ସମ୍ପାଦକଙ୍କ ରାଜନୀତିର ଶିକାର ହୋଇ ଧାନ ବିକ୍ରୀରୁ ବଞ୍ଚିତ ହେଲେ ! ଚାଷୀମାନେ ଏହି ବିଷୟରେ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ବି ଯୋଗାଣ ଅଧିକାରୀ ଚାଷୀ ମାନଙ୍କୁ ଆଶ୍ୱାସନା ପରେ ଆଶ୍ୱାସନା ଦେଇ ଚାଲିଲେ ! କିନ୍ତୁ ସେହି ଆଶ୍ୱାସନା ପ୍ରତାରଣା ର ରୂପ ନେବାରୁ ଚାଷୀମାନେ ଧାନ ବୋଝେଇ ଟ୍ରକ ସାମ୍ନାରେ ଆନ୍ଦୋଳନାତ୍ମକ ମନ ନେଇ ବସି ରହିଲେ ! ଚାଷୀ ମାନଙ୍କ ଧାନ ବିକ୍ରି ନହେବାଯାଏ ଟ୍ରକ କୁ ଛାଡ଼ିବେ ନାହିଁ ବୋଲି ନିଜନିଜର ଜିଦ ରେ ଅଟଳ ଅଛନ୍ତି !ଘଟଣା ସ୍ଥଳରେ ଏଆରସିଏସ ପହଂଚି ଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ କହିଥିଲେ ! ଚର୍ଚ୍ଚା ହେଉଛି ଯେ ସମ୍ପାଦକ ମହୋଦୟ ନିଜ ଲୋକ ମାନଙ୍କୁ ଦେଖି ଘରପିଛା ପାଞ୍ଚ ଛଅ କରି ଟୁକନ ଦେଇ ଅନ୍ୟ ଚାଷୀ ମାନଙ୍କୁ ଅଣଦେଖା କରିବା ପଛର କାରଣ ହୀନ ରାଜନୀତି ! ନବ ନିର୍ବାଚିତ ସଭାପତିଙ୍କ ସହିତ ସମ୍ପାଦକଙ୍କର ରାଜନୈତିକ ମଧୁଚନ୍ଦ୍ରିକା ଚାଲିଛି ବୋଲି ଲୋକମାନେ କହୁଥିବାର ଶୁଣିବାକୁ ମିଳିଛି ! ଚାଷୀମାନଙ୍କ ପାଇଁ ରାଜନୀତି ଦେଶପାଇଁ ଘୋର ବିପତ୍ତି ! ଦେଖାଯାଉ ପ୍ରଶାସନିକ ନୀତି କରୁଛି କଣ ?

ନାଉଗାଁ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରୁପ୍ରା ଠାରେ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ 135ତମ ଜୟନ୍ତୀ ପାଳିତ 

Sunil Chandra Nayak

ଅସୁସ୍ଥ ସାମ୍ବାଦିକଙ୍କୁ ଭେଟିଲେ କଂଗ୍ରେସ ନେତା

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

Sunil Chandra Nayak

Leave a Comment

error: Content is protected !!