ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟ କାଳୀନ ସମ୍ବର୍ଦ୍ଧନା

ଡାବୁଗାଁ, ୨୪/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ପାତିଆ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଉକ୍ତ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ପଦ୍ମନାଭ ମାଝି ଗତ ଫେବୃଆରୀ ମାସରେ ଅବସର ଗ୍ରହଣ କରିଥିଲେ | ଶିକ୍ଷକ ପଦ୍ମନାଭ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଚାକିରୀର ଶେଷ ସମୟରେ ସେହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ | ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ସମ୍ମାନୀତ ଅତିଥି ବରିଷ୍ଠ କିରାଣୀ ଗଜେନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ହରେକୃଷ୍ଣ ବାଡତ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ | ପ୍ରଥମେ ପ୍ରଦୀପ ପଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ପରେ ଅତିଥି ମାନେ ଜିନ ନିଜ ଅଭିଭାଷଣ ରଖିଥିଲେ | ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ ମାଝିଙ୍କୁ ଉତ୍ତୋରୀୟ, ମାନପତ୍ର ଓ ଉପହାର ବିଦ୍ୟାଳୟ ତରଫରୁ ଦିଆଯିବା ସହ ଗ୍ରାମବାସୀଙ୍କ ତରଫରୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଏହାସହ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ରେ କାର୍ଯ୍ୟରତ ଥିବା ଅବସର ପ୍ରାପ୍ତ କର୍ମଚାରୀ ବିଜଯ ମିଶ୍ରନ୍କାଉ ମଧ୍ୟ ଉପହାର ଦେଇ ସମ୍ବର୍ଦ୍ଧିତ କରଯାଥିଲା | ଏହି ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ଦୟାନିଧି ବଞ୍ଜରା, ରତିକାନ୍ତ ନାୟକ, ବିକାଶ ରଞ୍ଜନ ନିଶଙ୍କ, ଜିତେନ୍ଦ୍ର କୁମାର ମାଝି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ବଡଜେନା, ପ୍ରସନ୍ନ କୁମାର ଦଣ୍ଡସେନା ଓ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଚଚରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତ ପ୍ରସାଦ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାୟଗଡ ରେଳ ମଣ୍ଡଳ ନିମନ୍ତେ ଶିଳାନ୍ୟାସ 

masiha

ରାଇରଙ୍ଗପୁରରେ ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ 

masiha

ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sunil Chandra Nayak

Leave a Comment

error: Content is protected !!