ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

 ମୟୂରଭଞ୍ଜ – ୨୩/୩ (ମସିହା) ମୟୂ ରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ବାସିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଭିନବ ଉପାୟରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହଇଯାଇଛି। ଏହି ଅବସରରେ ଡଭା ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ପରେଶ୍ ଚନ୍ଦ୍ର କିଷ୍କୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋଭାରେ ଉଦବୋଧନ ଦେଇ ଯକ୍ଷ୍ମା ରୋଗ ବିଷୟରେ ଓ ଜନସଚେତନତା ଉପରେ ବିଶେଷ ଆଲୋକପାତ କରିଥିଲେ। ବଦାମ୍ ପାହାଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବରିଷ୍ଠ ଯକ୍ଷ୍ମା ତଦାରଖ କାରୀ ରୋହିତ କୁମାର ବାରିକ୍ ଆଲୋଚନାରେ ଭାଗ ନେଇ ଯକ୍ଷ୍ମା ପାଇଁ ସରକାରୀ ଯୋଜନା ଓ ସହାୟତା ସଂପର୍କ ରେ ସୂଚନା ଦେବା ସହିତ, ଏ ବର୍ଷ ର ସ୍ଲୋଗାନ “ହଁ, ଆମ୍ଭେ ଯକ୍ଷ୍ମା କୁ ବନ୍ଦ୍ କରିପାରିବା”। ଏହି ସ୍ଳୋଗାନ ମାଧ୍ୟମରେ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟର କର୍ମଚାରୀଙ୍କୁ ଯକ୍ଷ୍ମା କୁଇଜ୍ ମାଧ୍ୟମରେ ସଚେତନ କରିଥିଲେ। ଏହା ସହିତ ଦେଶକୁ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ସ୍ବପ୍ନ କୁ ସଫଳ କରିବା ଲକ୍ଷ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗରେ ଯୋଜନା ପ୍ରସ୍ତୁତ କରି କାର୍ଯକ୍ରମ ଚାଲୁରହିଛି।ଏହି ଶୋଭାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ପି. ଏଚ୍. ଇ.ଓ. ଗୋପୀନାଥ ହେମ୍ବ୍ରମ୍ ପୁଷ୍ଟିକର ଖାଦ୍ୟ ଓ ଆର୍ଥିକ ସହାୟତା ବିଷୟ ରେ ଆଲୋଚନା କରିଥିଲେ। ତା ସହିତ ହ୍ୟୁମାନ୍ କୋରି ୟର – କିସୀ ବେଶ୍ରା ଓ ଟି ବି ଚାମ୍ପିଅନ- ଭାଗମାତ୍ ମାଝୀ ଗୋଷ୍ଠୀ ଶୋଭା ଓ ଗାଁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୋଫ ସଂଗ୍ରହ କରି ପରୀକ୍ଷା କରାଇଥାନ୍ତି। କଫ ପରୀକ୍ଷାରେ ଚିହ୍ନଟ ହେଲେ ବିନା ମୂଲ୍ୟରେ ଔଷଧ ପ୍ରଦାନ କରିଥାନ୍ତି।ଏହି ଅବସରରେ ସ୍ଵାସ୍ଥ୍ୟ କେନ୍ଦ୍ରର ଏଲ. ଟି. – ପ୍ରଶାନ୍ତ କୁମାର ମହାନ୍ତ ଓ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀପକ୍ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଉରକେଲା ନାଗରିକ ସୁରକ୍ଷା କମିଟିର ଆଲୋଚନା ସଭା, ଉତ୍କଳ ଦିବସ କୁ ସ୍ବାଭିମାନ ଦିବସ ଭାବେ ପାଳନ ପାଇଁ ଆହ୍ୱାନ

Sunil Chandra Nayak

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଲେ ଜିଲ୍ଲା ନୋଡ଼ାଲ ଅଧିକାରିଣୀ ଓ ଜିଲ୍ଲା ସଂଯୋଜିକା 

masiha

World Environment Day was observed by the Institution of Engineers (India), Rourkela Local Centre

masiha

Leave a Comment

error: Content is protected !!