ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତ୍ତା ବାଣ୍ଟିଲେ ସରପଞ୍ଚ ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ

କୋକସରା,୨୪/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ପଞ୍ଚାୟତରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କନ୍ଦାବୁଟୁରା ପଞ୍ଚାୟତର ଦୁଇ ଗ୍ରାମ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ବିବାଦକୁ ନେଇ ତୁନଗାଁ ଗ୍ରାମବାସୀ ମାନେ ଭୋଟ ବର୍ଜ୍ଜନ କରିଥିଲେ। ସମୁଦାୟ ୧୧ ଟି ୱାର୍ଡ଼ ମଧ୍ୟରୁ ୫ ଟି ୱାର୍ଡ଼ରେ ନିର୍ବାଚନ ହୋଇଥିଲା। ୫ ଟି ୱାର୍ଡ଼କୁ ନେଇ ପଞ୍ଚାୟତର କୋରମ ଅଭାବରୁ ନିର୍ବାଚିତ ସରପଞ୍ଚ ଥିଲେ ମଧ୍ୟ କୋରମ ଅଭାବରୁ କାର୍ଯ୍ୟକ୍ଷମ ହୋଇ ପାରିନଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କୁ ଗତ ଫେବୃଆରୀ ମାସ ୨୭ ତାରିଖ ଠାରୁ ସାମୟିକ ରୂପେ ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଥିଲେ। ସରପଞ୍ଚ ଦାୟିତ୍ୱ ନେବାପରେ ଅଧିକାରୀ ଶୁକ୍ରବାର କନ୍ଦାବୁଟୁରା ପଞ୍ଚାୟତର କନ୍ଦାବୁଟୁରା ଓ ତୁନଗାଁରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ଶାରିରୀକ ଅସୁସ୍ଥତା କାରଣରୁ ଘରେ ରହୁଥିବା ବୃଦ୍ଧ, ବୃଦ୍ଧାଙ୍କୁ ଘର ଘର ବୁଲି ଭତ୍ତା ବାଣ୍ଟିବା ସହ ଅନ୍ୟ ହିତାଧିକାରୀଙ୍କୁ ମଧ୍ୟ ଭତ୍ତା ବଣ୍ଟନ କରିଛନ୍ତି। ଏହାସହ ପଞ୍ଚାୟତର ଜନସାଧାରଣଙ୍କ ସହ ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କୋମନା ଡିଗ୍ରୀ କଲେଜରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

Sunil Chandra Nayak

ତିରିଂରେ ବ୍ଲକସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!