ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଦୁଇଗୋଟି ଜୋନରେ ବିଜେଡ଼ିର ବାଜିମାତ

ନର୍ଲା (ନିପ୍ର) ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନର୍ଲା ଜିଲ୍ଲା ପରିଷଦର ୩ ଗୋଟି ଆସନରେ ବିଜେପିର ଏକ ତରଫା ବିଜୟ ହୋଇଥିଲା।ଏଥର କିନ୍ତୁ ଫଳାଫଳ ଓଲଟା ହେଉଛି। ନର୍ଲା ଜିଲ୍ଲା ପରିଷଦ ଜୋନ ୧ରେ ଜିଲ୍ଲା ପରିଷଦ ସଦସ୍ୟା ଭାବେ ବିଜେଡ଼ି ପ୍ରାର୍ଥୀନୀ ନମ୍ରତା ସାହୁ ମୋଟ ୯୫୯୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁ ୭୦୯୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ନର୍ଲା ଜୋନ ୨ରେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ହରିଶଙ୍କର ମାଝୀ ୧୨୩୪୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ଜୋନରେ କଂଗ୍ରେସ ପ୍ରାର୍ଥୀ ରୋଷନ କୁମାର ମାଝୀ ୭୨୪୦ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଓ ବିଜେପି ପ୍ରାର୍ଥୀନୀ ରିନା ଭୋଇ ୬୫୦୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଏଠାରେ ୮୦୦ ଖଣ୍ଡ ଭୋଟ ନାକଚ ହୋଇଥିବା ମଧ୍ୟ ଜଣାଯାଏ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି/ଜାତି,ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ – ଶିକ୍ଷକ ସମ୍ମିଳନୀ

Sunil Chandra Nayak

ଜୁଲାଇ ୧ରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟରେ ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା ସଂପର୍କିତ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!