ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଲଜ୍ଜା

      ଲଜ୍ଜା——-,

କାହାପାଇଁ ଲଜ୍ଜା ଏକ ସୌଖୀନ ବିଳାସ
କାହାପାଇଁ ଲଜ୍ଜା ପୁଣି କୃତ୍ରିମର ରୋଷ,
ଆଉ କାହାପାଇଁ ଅଟେ ମାରାତ୍ମକ ଦୋଷ।।
ଭିନ୍ନ ଭିନ୍ନ ଲୋକପାଇଁ ପରିଭାଷା ଭିନ୍ନ
ହେଲେ କିନ୍ତୁ ନିଜେ ସିଏ ଅନ୍ତିମ ସୋପାନ,
ଢାଙ୍କିଲେବି ଢାଂକେନାହିଁ ରହେନା ଗୋପନ।।
ବୋଝ ତାର ବହୁଭାରୀ ଉଠାଇ ହୁଏନା
ଅନ୍ତରେ ଜାଳି ସେ ଦିଏ ଦେଖାଇ ପାରେନା,
ତଥାପି ତା ସ୍ଥିତି ଅଛି ଜଗତରେ ସିନା।।
ବିଶେଷଣ ଲୋଡ଼ା ନାହିଁ ତାହାପାଇଁ କିଛି
ପ୍ରଶ୍ନବାଚୀ ନିଜେ ସିଏ ଆପଣାଇ ଅଛି
ଦୁନିଆ ଆଖିରେ ସିଏ କଳଙ୍କିତ ପୋଥି।

ଚିତ୍ରା ରାଣୀ ପାତ୍ର

।ବାଲେଶ୍ୱର।

Related posts

ବିଜୟ କୁମାର ଜେନା ଙ୍କ କବିତା l l ସରିଗଲା ଏବେ l l

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା // ଭୋଳାନାଥ ମହେଶ୍ୱର

Sunil Chandra Nayak

Leave a Comment

error: Content is protected !!