ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଗାଁ ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା

ବାଲୁଗାଁ:- ଶ୍ରୀଜଗନ୍ନାଥଙ୍କ ହୃଦୟସ୍ପର୍ଶୀ କାଳଜୟୀ ଜଣାଣ “ମୁଁ ଆସିଛି ଦେଖି ତୋ କଳା ବଦନ କୁ ” ର ରଚୟିତା , ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନୀଳାମ୍ବୁଚିଲିକା ତଟବର୍ତ୍ତୀ ସାମନ୍ତରାପୁରଠାରେ ଅଶ୍ରୁଳ ଭାବାବେଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକ ଡଃ କୈଳାସ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି ପରିବେଶରେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ସାହିତ୍ୟିକ ଡଃ ଦେ ବେନ୍ଦ୍ରନାଥ ମାନସିଂ, ପୂର୍ବତନ ବିଧାୟକ ରଘୁନାଥ ସାହୁ, କବି ଅଜିତ୍‌ ଦାସମହାପାତ୍ର, କବି ଡଃ କମଳ କୁମାର ମହାନ୍ତି, ଡଃ ପ୍ରସନ୍ନ କୁମାର ମହାନ୍ତି, କବିତାରକ ମହାନ୍ତି, କବିପୁରୁଷୋତ୍ତମ ମହାପାତ୍ର, କବି ବାଳମୁକୁନ୍ଦ ଦାସ, କବି ଅଞ୍ଜଳି ତ୍ରିପାଠୀ, କବି ଅମ୍ବିକା ପ୍ରସାଦ ସାମନ୍ତରାୟ, କବିଦିଗାମ୍ବର ବିଶ୍ଵାଳ, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ବିଭୂତି ଭୂଷଣ ସାମନ୍ତରାୟ, ମୂରଲୀଧର ସାମନ୍ତସିଂହାର, ରମେଶ ଚନ୍ଦ୍ରମହାପାତ୍ର, ନିରଞ୍ଜନ କର, ରବିମାନସିଂ, ପ୍ରିୟ ଦର୍ଶିନୀ ମହାରଣା, ଗୋପାଳ ମହାପାତ୍ର ପ୍ରମୁଖ ଓଡିଶାର ବହୁ ପ୍ରଖ୍ୟାତ ସାହିତ୍ୟିକ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ରୋମ ନ୍ଥନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ କାଳଜୟୀ ସାରସ୍ଵତ ସୃଷ୍ଟି କାଳେ କାଳେଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରି ପ୍ରତି ଓଡ଼ିଆ ପାଠକଙ୍କ ହୃଦୟରେ ଚିରକାଳ ଜାଜୁଲ୍ୟମାନ ହେଉଥିବ ବୋଲି ମତ ପ୍ରଦାନ କରି ତାଙ୍କ ଆତ୍ମାର ସଦ୍ ଗତି କାମନା କରିଥିଲେ।ଏହି ଅବସରରେ ତାଙ୍କସ୍କୃତିର ସମ୍ଭାର ସ୍ମରଣିକା “ବାଲୁଗାଁବାଲ୍ମୀକି “ଉନ୍ମୋଚିତ ହୋଇଥିଲା । ଭଗ୍ନୀ ବିଶିଷ୍ଟ ଗାୟିକା ଗିରିବାଳା ପଟ୍ଟନାୟକ ଭାବବିହ୍ୱଳ କଣ୍ଠରେ ପ୍ରଥମେ ରାମଧୁନ୍‌ଗାନ କରିଥିବାବେଳେ ଭ୍ରାତା ବିଜନ ପଟ୍ଟନାୟକ ଓ ପୁତ୍ର ସମ୍ବିତ ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ । ଶେଷରେ ତାଙ୍କ ମାନସ ସନ୍ତାନ ଚିଲିକା ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ପ୍ରିୟଭଜନ ପରିବେଶଣ କରାଯାଇଥିଲା ।

ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଧାନ ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

Sunil Chandra Nayak

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ଶ୍ରୀ ଉଗ୍ରତରା ପଡ଼ିଆରେ ରାୟଗଡ଼ ବ୍ଲକ ସ୍ତରୀୟ ଚଇତି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!