ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ଅଞ୍ଚଳର ଚାଷୀଙ୍କୁ ଅଧିକ ଅର୍ଥ ଉପାର୍ଜନର ରାସ୍ତା ଦେଖାଇଲେ କଳାହାଣ୍ଡି ଜିଲ୍ଲାର ଦାଦନ ଶ୍ରମିକ

କାମାକ୍ଷାନଗର (ମନିସ )୨୪/୦୩_କଥାରେ “ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର ” l ଏହା କେବଳ ଏକ ଲୋକ କଥା ନୁହଁ ଏହା ହେଉଛି ଭାରତ ଦେଶ ର ଏକ ମେରୁଦଣ୍ଡ , ଯାହାକୁ କି ପ୍ରମାଣିତ କରିଛନ୍ତି କଳାହାଣ୍ଡି ଜିଲ୍ଲାର ଚଉବନ ବର୍ଷ ବୟସ୍କ ବିଶ୍ଵନାଥ ନାୟକ ଦାଦନ ଶ୍ରମିକ l ଭୁବନ ବିଜ୍ଞାପିତ ଅଞ୍ଚଳର ବାଜିରାଉତ କଲ୍ଯାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଥିବା କୃଷକ ସମ୍ବର୍ଦ୍ଧନା ଉତ୍ସବ ରେ ଆଜି ମୁଖ୍ୟ ଆକର୍ଷଣ ଥିଲେ କଳାହାଣ୍ଡି ଜିଲ୍ଲାର ଏହି ସଫଳତମ ଚାଷୀ l

ଦିନ ଥିଲା ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଥିଲେ ବିଶ୍ଵନାଥ ନାୟକ।କିନ୍ତୁ ଆଜି ସମୟ ସହିତ ଆର୍ଥିକ ଅବସ୍ଥା ମଧ୍ୟ ବହୁତ୍ ବଦଳିଛି ଏହି କଳାହାଣ୍ଡି ଜିଲ୍ଲାର ସର୍ବ ଶ୍ରେଷ୍ଠ ଚାଷୀଙ୍କର l 2012 ମସିହାରେ ପ୍ରଥମ କରି ମାତ୍ର ଦୁଇ ଏକର ଜମିରେ ଚାଷ କରୁଥିବା ବିଶ୍ଵନାଥ ଏହି ଚାଷ କରି ଏବେ ନିଜର ଛଅ ଏକର ଜମି କିଣି କଳାହାଣ୍ଡି ଜିଲ୍ଲା ସହିତ ସମଗ୍ର ଓଡ଼ିଶାରେ ଏକ ସଫଳ ଚାଷୀ ତାଲିକାରେ ନିଜ ନାମକୁ ନାମିତ କରି କରିବା ସହିତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିପାରୁଛନ୍ତି l

ନିଜର ଏହି ସଫଳତାର କାହାଣୀ ଭୁବନ ଅଞ୍ଚଳର ଚାଷୀ ମାନଙ୍କ ସହିତ ଆଲୋଚନା କରିବା ସହିତ , କିଭଳି ପ୍ରଣାଳୀରେ ଚାଷ କରିଲେ ଅଧିକ ଉପାର୍ଜନ କରିହେବ ତାହା ମଧ୍ୟ ଭୁବନ ଅଞ୍ଚଳର ଚାଷୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ l ତେବେ ଆାଗାମୀ ଦିନରେ ବିଶ୍ଵନାଥ ନାୟକଙ୍କର ଗୁରୁମନ୍ତ୍ର ଭୁବନ ଅଞ୍ଚଳର ଚାଷୀ ମାନଙ୍କ ଉପରେ କିଭଳି ପ୍ରଭାବ ପକାଉଛି ଦେଖିବାକୁ ରହିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ୱରୀୟ ସ୍ୱାଉଡ଼ ଓ ଗାଇଡ଼ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ 

masiha

ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଆଲମଣ୍ଡା ବ୍ରିଜ କାମ , ଆନ୍ଧ୍ର କୁ ରାସ୍ତା ଖୋଲିବ , ସ୍ବାସ୍ଥ୍ୟ ସେବା ଓ ବାଣିଜ୍ୟ ର ସୁଯୋଗ ପାଇବେ ଅଞ୍ଚଳବାସୀ

Sunil Chandra Nayak

ବିଦ୍ୟୁତକାଟକୁ ବିରୋଧ କରି କର୍ମଚାରୀଙ୍କୁ ତାଲା ଠୁଙ୍କିଲେ ମହିଳା

Sunil Chandra Nayak

Leave a Comment

error: Content is protected !!