ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଓକିଲ ସଂଘ ସଭାପତି ଭାବେ ୫ମ ଥର ପାଇଁ ଅକ୍ଷୟ ମହାନ୍ତି

ମୟୂରଭଞ୍ଜ-୨୬/୩ (ମସିହା))ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ବରିଷ୍ଠ ଆଇନଜୀବୀ ଶ୍ରୀ ସଂଜୀବ ଲେଙ୍କା,କିଶୋର ମଣ୍ଡଳ,ଅର୍ଚ୍ଚନା ଦତ୍ତ, ସସ୍ମିତା ଦତ୍ତ ଲକ୍ଷ୍ମୀ ମହାନ୍ତି,ଓ ନିୟତି ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ବାଚନ ପରିଚାଳନା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି । ସଭାପତି ଭାବେ ଅକ୍ଷୟ ମହାନ୍ତି ୫ ମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।ସଂପାଦକ ପାଇଁ ଶ୍ରୀ ମନୋଜ ଦାସ ଓ‌ ଶ୍ରୀ ହରି ଚରଣ ସାହୁଙ୍କ ମଧ୍ୟରେ ଭୋଟ ସମାନ ହୋଇଥିବାରୁ ଆଗାମୀ ଦିନରେ ନିର୍ବାଚନ ଅଧିକାରୀ ପରବର୍ତ୍ତୀ ପଦକ୍ଷେପ ପାଇଁ ସୂଚନା ଦେବେ ।ରାମ ଚନ୍ଦ୍ର ସାହୁ ଉପସଭାପତି , କିଶୋର ଚନ୍ଦ୍ର ମହାନ୍ତ ସହ ସଂପାଦକ,ବୀର କିଶୋର ମହାପାତ୍ର ଗ୍ରନ୍ଥକାରୀକ ଭାବେ ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାଵେ ଶିଶୁପଦ ମହାନ୍ତ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।କାର୍ଯ୍ୟକାରୀ ସଭ୍ୟ ଭାବେ ଵୈଜୟନ୍ତୀ ଦଳେଇ,ବିଜୟ ସାମଲ,ବିନୟ ଭୂଷଣ ମହାନ୍ତି,ଦୁଷ୍ମନ୍ତ ବସା, ଗୌରୀ ଶଙ୍କର ଦତ୍ତ,ନନ୍ଦରାଣୀ ହେମ୍ବ୍ରମ, ନିବେଦିତା ଗିରି, ରଜନୀକାନ୍ତ ବେହେରା,, ସୋମନାଥ ମିଶ୍ର ଏବଂ ସୁବ୍ରତ ମଣ୍ଡଳ ନିର୍ବାଚିତ ହୋଇଛନ୍ତି ।ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅନ୍ୟ ଓକିଲ ଭାଇ, ଶୁଭେଚ୍ଛୁ, ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ଶୁଭେଚ୍ଛା ଜଣାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସମୀକ୍ଷା ବୈଠକ 

masiha

ନବୋଦୟ ଡେଣ୍ଟାଲ ଏବଂ ମେକ୍ସିଲୋଫେସିଆଲ୍ କେୟାର୍ କ୍ଲିନିକ୍ ଶୁଭା ଆରମ୍ଭ

ଧୋକା ଦେଲା ସରକାରୀ ଧାନ ବିହନ

masiha

Leave a Comment

error: Content is protected !!