ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନଜିବୀ ଶଙ୍କର୍ଷଣ ପଣ୍ଡାଙ୍କ ବାଇକ ଚୋରୀ

ନୂଆପଡା ଜିଲ୍ଲା ଖଡିଆଳ ସହର ବସବାସ କରୁଥିବା ଆଇନଜିବୀ ଶଙ୍କର୍ଷଣ ପଣ୍ଡା ଙ୍କ ମୋଟର ସାଇକେଲ ଓଆର ୨୬ ଏ ୧୭୮୦ ପଲସର ଗାଡି କୁ କିଏ ଚୋରୀ କରି ନେଇଯାଇଛି । ତାଙ୍କ ଘରୁ ରାତି ପ୍ରାୟ ୧୦ ଟା ୩୦ ମିନିଟ ସମୟରେ ଚୋରୀ ହୋଇଥିବା ସେ ପ୍ରକାଶ କରିଛନ୍ତି । ରବିବାର ରାତି ୧୧ ରେ ଶ୍ରୀ ପଣ୍ଡା ଚୋରୀ ହୋଇଥିବା ବିଷୟରେ ଜଣାଇବା ପାଇଁ ଖଡିଆଳ ଥାନାକୁ ଯାଇଥିଲେ । ହେଲେ ନିର୍ବାଚନ ର ଗଣତି ଚାଲିଥିବାରୁ ଥାନାରେ କୌଣସି ପୋଲିସ ନଥିବାରୁ କେଶ ଦର୍ଜ କରିବା ପାଇଁ ସୋମବାର ସକାଲେ ଆସନ୍ତୁ ବୋଲି ଥାନା ଜଗିଥିବା କିଛି ପୋଲିସ କହିଥିବା ସେ ଅଭିଯୋଗ କରିଛନ୍ତି । ସୋମବାର ସକାଲ ୯ ଘଂଟା ସମୟରେ ରିପୋର୍ଟ ହୋଇଥିବା ଜଣାପଡିଛି । ପୋଲିସ ପେଟ୍ରୋଲିଙ୍ଗ କରୁ ନ ଥିବାରୁ ଏପରି ଚୋରି ଡକାୟତ ବଢୁ ଥିବା ଖଡ଼ିଆଳ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ହେଉଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

Related posts

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ର ବିକ୍ଷୋବ ପ୍ରଦର୍ଶନ

Sunil Chandra Nayak

ଦ୍ଵିତୀୟ ଦିନରେ ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ

ବିଜୁ ଯୁବ ଛାତ୍ର ଜନତା ଦଳ ଓ ଭବାନୀ କ୍ଲବ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!