ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସୀଗାଁ ରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ

କର୍ମଶାଳା କାର୍ଯ୍ୟକ୍ରମ ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଦାସୀ ଗାଁ ମଣ୍ଡି ପ୍ରାଙ୍ଗଣରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଦାସୀ ଗାଁ ପେକ୍ସ ସଭାପତି ବିଶ୍ୱନାଥ କର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଚାଷୀ ମାନଙ୍କୁ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସମ୍ପର୍କରେ ଚାଷୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ ଓ ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାଇବା ପାଇଁ ଚାଷୀ ମାନଙ୍କୁ ଅବଗତ କରାଇଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବି ସି ସି ବ୍ୟାଙ୍କ ଶାଖା ପରିଚାଲିକ। ଅଞ୍ଜଳି ଖମାରି , ପେକ୍ସ ଉପସଭାପତି ଶ୍ରୀମତୀ କୁନ୍ତଳା ମାଝି ,ଗୌଡ଼ ଛେଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ। ଧନ ମଣି ମାଝି, ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ପୂର୍ବତନ ପେକ୍ସ ସଭାପତି ନୀଳମଣି ପୁଞ୍ଜି ପ୍ରମୁଖ ଯୋଗଦାନ କରି କୃଷକ ମାନେ କିପରି ଏହି ସୁବିଧା ସୁଯୋଗ ପାଇପାରିବେ ଏବଂ କିପରି ଏହି ବ୍ୟାଙ୍କିଙ୍ଗ ସେବା ଓ ଋଣ ର ଲାଭ ପାଇପାରିବେ ସେ ବିଷୟରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ରେ ପେକ୍ସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଉମେଶ ବାଗ ,ଅକ୍ଷୟ ନ।ଏକ ,ଲଷ୍ମୀ କାନ୍ତ ଭଞ୍ଜ ,ଧନେଶ୍ୱର ବାଗ ,ଗୋପୀନାଥ ନା ଏକ ,ଦଶରଥ ହାତୀ ପ୍ରମୁଖ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଦାସୀ ଗାଁ ପେକ୍ସ ଅଧିନସ୍ଥ ଅନେକ ଗ୍ରାମର ଚାଷୀମାନେ ଉପସ୍ଥିତ ରହି ବ୍ୟାଙ୍କିଙ୍ଗ ସେବା ସମ୍ପର୍କରେ ଜାଣିବାଜୁ ଚାହିଁଥିଲେ ।କାର୍ଯ୍ୟକ୍ରମ ରେ ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଏନଟିଏ ସ୍କୋର କାର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶୁଭଶ୍ରୀ

Sunil Chandra Nayak

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ

Sunil Chandra Nayak

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ସରଗୁଲକୁ ହରାଇ ସେମିରେ ଭାଲୁପିଆ

Sunil Chandra Nayak

Leave a Comment

error: Content is protected !!