ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗମ୍ଭାରୀଗୁଡା ମଣ୍ଡି ରେ ପଡିଛି ଧାନ, ଉଠାଉନାହିଁ ପ୍ରଶାସନ

          ମୁଣ୍ଡ ରେ ହାତ ଦେଇ ବସିଛି ଚାଷି

କୋକସରା,୨୮ା୨- କେବେ ମଣ୍ଡି ରୁ ଧାନ ଉଠିବ, କେବେ ନିସ୍ତାର ପାଇବେ ଚାଷି, ନା ଶୁଣୁଛି ପ୍ରଶାସନ ନା ଶୁଣୁଛନ୍ତି ନେତା ମନ୍ତ୍ରୀ, ନିର୍ବାଚନ ଭିତରେ ନିଜର ବାଜି ଜିତିବା ପାଇଁ ଚାଷି ଙ୍କୁ ଲଳିପପ ଦେଖାଇ ନିର୍ବାଚନ ରେ ବ୍ୟସ୍ତ ପ୍ରଶାସନିକ ଅଧିକାରୀ ଓ ନେତା ମନ୍ତ୍ରୀ । କୋକସରା ବ୍ଲକ ଗମ୍ଭାରୀଗୁଡା ମଣ୍ଡି ରେ ଆଜିକୁ ମାସ ମାସ ଧରି ଧାନ ପଡିରହିଛି । ହେଲେ କେତେବେଳେ ଟାର୍ଗେଟ ନାହିଁ ତ କେତେବେଳେ ମିଲର୍ସ ଙ୍କ ଅସହଯୋଗ ଯୋଗୁ ଚାଷି ଆଜି ଦୁର୍ଦଶା ଭିତରେ ମଣ୍ଡି ରେ ପଡି ରହିଛି । କାହାର ଝିଅ ପୁଅ ବିବାହ ପାଇଁ ଟଙ୍କା ଦରକାର ତ ଆଉ କାହାକୁ ବ୍ୟାଙ୍କ ମହାଜନି ଋଣ ସୁଝିବା ପାଇଁ ଟଙ୍କା ଦରକାର ଥିବାବେଳେ ଧାନ ବିକ୍ରି କରି ନ ପାରି ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା କହିଛନ୍ତି ମଣ୍ଡି ରେ ଥିବା ଚାଷି । ଗମ୍ଭାରୀଗୁଡା ମଣ୍ଡି ରେ ୭୭ ଜଣ ଚାଷୀ ଙ୍କ ୩ ହଜାର ୩୨୮ କୁଇଣ୍ଟାଲ ଧାନ ପଡି ରହିଛି । ଟାର୍ଗେଟ ନାହିଁ ବୋଳି ପେକ୍ସ କର୍ମଚାରୀ କହୁଥିବା ବେଳେ ଧାନ କୁ ପାଳି କରି ଜଗି ରହିଛନ୍ତି ଚାଷି । କେବେ ଧାନ ଉଠିବ ସେ ନେଇ ଆଶା ଓ ଆଶଙ୍କା ମଧ୍ୟରେ ଦିନ ଗଣୁଛନ୍ତି ଚାଷି ମାନେ । ଅନ୍ୟପଟେ ଟାର୍ଗେଟ ଆସିଲେ ମଧ୍ୟ କ୍ୱିଣ୍ଟାଳ ପିଛା ୮ କେଜି ଧାନ କଟନୀ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଚାଷି । ଏ ନେଇ ଗମ୍ଭାରୀଗୁଡା ପେକ୍ସ ସମ୍ପାଦକ ଙ୍କ ପ୍ରତିକ୍ରିୟା ନେବାରୁ ଟାର୍ଗେଟ ନ ଥିବା କାରଣରୁ ଚାଷି ଙ୍କ ଧାନ କ୍ରୟ ହୋଇ ପାରିନାହିଁ, ଆମେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଛୁ, ଟାର୍ଗେଟ ଆସିଲେ ଧାନ ଉଠିବ ବୋଳି କହିଛନ୍ତି । ଅନ୍ୟପଟେ ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡା ଙ୍କ ପ୍ରତିକ୍ରିୟା ନେବାରୁ ପେକ୍ସ ସମ୍ପାଦକ ରିପୋର୍ଟ ଦେଇ ନାହାନ୍ତି ରିପୋର୍ଟ ଦେବାପରେ ଟାର୍ଗେଟ ଦିଆଯିବ ବୋଳି କହିଛନ୍ତି । ତେବେ ଦୁଇ ଅଧିକାରୀ ଙ୍କ କଥା ରେ ତାଳମେଳ ରହୁନାହିଁ । ଏଣୁ ଦ୍ୱନ୍ଦ ରେ ଅଛନ୍ତି ଚାଷି । ତେବେ ସପ୍ତାହ ମଧ୍ୟରେ ଧାନ କ୍ରୟ ନ ହେଲେ ଚାଷି ରାଜରାସ୍ତା ରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗମ୍ଭାରୀଗୁଡା ର ଚାଷି ଖିରସିନ୍ଧୁ ହଂସ, ଲାବଣ୍ୟ ନାଏକ, ମଂଜିତ ଦଳପତି, ଅଜୟ ସାହୁ, ମଳୟ ପୁଝାରି, ପବିତ୍ର ଲହଜଳ, ଶଶି ଦଳପତି, ସୁଲୋଚନା ପଟେଲ, ବିଦ୍ୟାଧର କଟା, ସୁଶାନ୍ତ ଗହୀର, ଭୁପେନ୍ଦ୍ର ମାଝୀ, ନେତ୍ର ମାଝୀ, ଉପେନ୍ଦ୍ର ନାଏକ, ଭୁଜବଲ ନାଏକ, କମଳ ପଟେଲ, କୂଳମଣି ନାଏକ ସମେତ ଅନ୍ୟ ଚାଷି ପ୍ରମୁଖ । ମ ନି ସ 

Related posts

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଚୟନ

Sunil Chandra Nayak

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନ ର ପଞ୍ଜିକରଣ ପ୍ରକ୍ରିୟା ଶେଷ.

Sunil Chandra Nayak

Leave a Comment

error: Content is protected !!