ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜଗତପୁର ଠାରେ କଟକ ନଗର ୮ନଂ ବ୍ଲକ କଂଗ୍ରେସ ର ନବ ନିଯୁକ୍ତ ସଭାପତି ଙ୍କୁ କଂଗ୍ରେସ କର୍ମୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଜଗତପୁର: ତା-୨୭/୦୩/-କଟକ ଜଗତପୁର ଗୋଲେଇ ଛକ ସ୍ଥିତ ଉତ୍କଳ ଦୁର୍ଗାପୂଜା ମଣ୍ଡପ ସଭାଗୃହ ରେ କଂଗ୍ରେସ ଯୁବନେତା ମାନସ ପରିଡା ଙ୍କ ଅଧ୍ୟକ୍ଷତା ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା ।ଏହି ସଭାରେ କଟକ ନଗର କଂଗ୍ରେସ ଅଧିନସ୍ଥ ୮ନଂ ବ୍ଲକ କଂଗ୍ରେସ ର ନବନିଯୁକ୍ତ ସଭାପତି ଶ୍ରୀ ଅଲେଖ ଚନ୍ଦ୍ର ବେହେରା ଙ୍କୁ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ କଂଗ୍ରେସ କର୍ମୀମାନେ ସମ୍ବର୍ଦ୍ଧିତ ତଥା ସମ୍ମାନୀତ କରାଯାଇଥିଲା । ଶ୍ରୀ ବେହେରା ଏହା ପୂର୍ବରୁ ୱାର୍ଡ ସଭାପତି,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସହ ବିଭିନ୍ନ ସମୟରେ ଦଳର ବହୁ ସାଂଗଠନିକ ଦାୟିତ୍ୱ ରେ ଥିଲେ ।ଏଥି ସହିତ ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ଖ୍ୟାତି ରହିଛି ।୮ନଂ ବ୍ଲକ ଅନ୍ତର୍ଗତ ୬ଗୋଟି ୱାର୍ଡ ରେ ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ମଜବୁତ କରିବାସହ ଖୁବ ଶୀଘ୍ର ବୁଥ କମିଟି,ୱାର୍ଡ କମିଟି, ଓ ବ୍ଲକ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ନବନିଯୁକ୍ତ ସଭାପତି ଶ୍ରୀ ବେହେରା କହିଥିଲେ ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସିଏମସି ର ଟାଣୁଆ କର୍ପୋରେଟର ଜେ.କାମେଶ୍ୱର ରାଓ ଯୋଗଦେଇ ସମସ୍ତେ ମିଳିମିଶି କାମକରିବା ସହ ୬ଗୋଟି ୱାର୍ଡରେ ସଂଗଠନ ମଜବୁତ କରି ଲୋକଙ୍କ ମୌଳିକ ସମସ୍ୟା କୁ ନେଇ ରାଜରାସ୍ତାରେ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁକାନ୍ତ ସାହାଣୀ, ସମ୍ପାଦକ ରଶ୍ମୀକାନ୍ତ ସାମଲ,ଚୌଦ୍ୱାର-କଟକ ଯୁବକଂଗ୍ରେସ ସଭାପତି ମାନସ ନାୟକ,ଶ୍ରମିକ ନେତା ଲଷ୍ମୀଧର ଶରଣ,ଜୟନାରାୟଣ ତ୍ରିପାଠୀ, ନାରୀନେତ୍ରୀ ଜୟଶ୍ରୀ ସାମଲ, ସୁମତି ହେମ୍ବ୍ରମ,ଧୀରେନ୍ଦ୍ର ମହାନ୍ତି,ଉମାଶଙ୍କର ସାମଲ, ହେମରାଜ ବିଶ୍ୱାଳ,ଲଳିତ ଭୂୟାଁ,ହୃଦାନନ୍ଦ ମହାନ୍ତି,ଲଷ୍ମୀଧର ଶୁକ୍ଳ,ପ୍ରୀତି ରଞ୍ଜନ ଜେନା,ହେମନ୍ତ ବିଶ୍ୱାଳ,ଦିଲ୍ଲୀପ ଚୌଧୁରୀ,ପ୍ରତାପ ପରିଡା,ପ୍ରବୀର ରଥ,ବାମା ଚରଣ ଦାସ,ସୌମେନ୍ଦ୍ର ମହାନ୍ତି,ପ୍ରମୁଖ ଯୋଗଦେଇ ଶ୍ରୀ ବେହେରା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କଟକ ରୁ ସୁକାନ୍ତ ମାହାପାତ୍ରଙ୍କ ରିପୋର୍ଟ

Related posts

ଫୁଲବାଣୀ ରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଅବସରରେ ବହୁ ଆଡ଼ମ୍ବରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଧର୍ମଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଦାବିରେ ବିଜେପିର ବ୍ଲକ ଘେରାଓ

Sunil Chandra Nayak

Leave a Comment

error: Content is protected !!