ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଉଡ଼ି ପ୍ରତିଯୋଗିତା ଅନୁଷ୍ଠିତ

କଟକ /ଜଗତପୁର ଅଜି ସନ୍ଧ୍ୟା 7ଘଟିକା ସମୟରେ ରାଧାକୃଷ୍ଣ ମନ୍ଦିର ତରୋଲ ଗ୍ରାମରେ ଲଉଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ଭାବରେ ଉତ୍କଳ ଯାଦବ ସଙ୍ଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ବେହେରା, କଟକ ମହାନଗର ନିଗମର ଡେପୁଟି ମେୟର ଦମୟନ୍ତୀ ମାଝୀ, ତାରଳ ଗ୍ରାମର ସଭାପତି ହେମରାଜ ବିଶ୍ୱାଳ, ଜଗତପୁର ଶାନ୍ତି କମିଟୀ ସଭାପତି ନିରଞ୍ଜନ ବିଶ୍ୱାଳ, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ର ସହ ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ଅର୍ବାନ ବ୍ୟାଙ୍କ ନିର୍ଦେଶକ ନବକିଶୋର ସ୍ୱାଇଁ,ପ୍ରମୁଖ ଥିଲେ.।ଏହି ପ୍ରତିଯୋଗିତାରେ, ପାଇକେରାପୁର,ପାଗା ବହୁଗ୍ରାମ, ପଦ୍ମପୁର ଓ ଆଠ ମାଣିଆ ଲଉଡ଼ି ସଙ୍ଘ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ, । ସମସ୍ତ ପ୍ରତିଯୋଗୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବା ସହ ପୁଷ୍ପ ମାଲ୍ୟ,ଉତ୍ତରୀୟ ଓ ସରା ଭୋଗ ଦେଇ ସମ୍ମାନିତ କରାଯାଇଥିଲା!ଏହି କାର୍ଯ୍ୟକ୍ରମ କୁ ଅନାଦି ବେହେରା, କୁଳମଣି ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା, ଚିତ୍ତରଞ୍ଜନ ପରିଡା, ଜଗବନ୍ଧୁ ପରିଡା, ବେଣୁଧର ପରିଡା, ଅକ୍ଷୟ ପରିଡା, ମାଧବ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅସୀତ ବେହେରା,ଅବିନାଶ ପରିଡା,ଅଭିଜିତ ବିଶ୍ୱାଳ,ଶିବୁ ପରିଡା, ସିପୁ ପରିଡା, ଲିଟୁ ବେହେରା, ମଣ୍ଟି ବେହେରା, ଦିପୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ

Related posts

ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବିଲାଟ ଶୈବପୀଠ ପରିସରରେ ନର୍ଲା ପ୍ରେସ କ୍ଲବର ବୈଠକ 

masiha

ଓକିଲ ସଂଘ ନିର୍ବାଚନ : ୨ ପଦବୀରେ ପ୍ରାର୍ଥୀତ୍ଵ ପ୍ରତ୍ୟାହାର 

Sunil Chandra Nayak

Leave a Comment

error: Content is protected !!