ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ଅଞ୍ଚଳର ବିକାଶରେ ବାଧକ ସାଜୁଛି ଜବରଦଖଲ

କାମାକ୍ଷାନଗର (ମନିସ )28/3/23 ଢେଙ୍କାନାଳ ଜିଲ୍ଲା ଭୂବନ ବିଜ୍ଞାପିତ ଅଞ୍ଚଳ ବର୍ତ୍ତମାନର ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନେକ କିଛି ବିକାଶ ମୂଳକ କାର୍ଯ୍ୟ ଆଗେଇ ଚାଲିଛି l କିନ୍ତୁ ସେହି ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟରେ ଦେଖା ଯାଇଛି ଅଞ୍ଚଳବାସୀଙ୍କ ବିରୋଧ l ସରକାରୀ ଜମି କୁ ଅନେକ ଦିନ ହେବ ଜବର୍ ଦଖଲ ରେ ରଖିଥିବା କିଛି ସ୍ଥାନୀୟ ବାସିନ୍ଦା ବାରମ୍ବାର ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । 

ସୂଚନା ମୁତାବକ କିଛି ଦିନ ପୂର୍ବରୁ ଭୁବନ ଅଞ୍ଚଳରେ ଏକ ଆଞ୍ଚଳିକ ଡାକ୍ତରଖାନା ହେବାପାଇଁ ସୀକୃତି ମିଳିଥିଲା , ଯାହାକି ଏକର ଏକର ଜମି ଉପରେ ଅଞ୍ଚଳ ବାସୀ ଜବରଦଖଲରେ ଥିବାରୁ ତାହା ହୋଇ ନପାରି ଫେରି ଯାଇଛି । ଏବେ ମଧ୍ୟ ଭୁବନ ଅଞ୍ଚଳର ବୃଦ୍ଧେଶ୍ୱର୍ ମନ୍ଦିର କୁ ଲାଗିକରି ଥିବା ସରକାରୀ ଜମିରେ ଏକ ପାର୍କ ହେବା ପାଇଁ ଅର୍ଥ ଅନୁଦାନ ଆକାରରେ ଆସିଅଛି ,ମାତ୍ର ତାହା କିଛି ଅଞ୍ଚଳବାସୀଙ୍କର ଜବରଦଖଲରେ ଥିବାରୁ ଏବେ ଏହି ପାର୍କ ଉପରେ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ତେବେ ପ୍ରବଳ ବିରୋଧକୁ ଦୃଷ୍ଟି ରେ ରଖି ଉଚ୍ଛେଦ କାର୍ଯ୍ୟକ୍ରମରେ ନଗରପାଳଙ୍କ ସହିତ ଓ ସ୍ଥାନୀୟ ତହସିଲଦାର ଅଂଶୁମାନ ଦାସ, ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା, ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ୱାଇଁ, ଏସଡିପିଓ ରଞ୍ଜନ ଦେ, କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ ପ୍ରମୂଖ ଉପସ୍ଥିତ ଥିଲେ l 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲାରେ “ଏକତା ପଦଯାତ୍ରା” ପ୍ରଥମ ଦିନ ମହାସମାରୋହରେ ଅନୁଷ୍ଠିତ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ପିଆଇ ସର୍କଲ ଦୁଇ ନମ୍ବର ଜଳବିଭାଜିକା ବିଭାଗରେ କମ କାମକରି ଅର୍ଥ ହଡପ ଅଭିଯୋଗ

masiha

ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!