ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷା ଉପକରଣ ପ୍ରଦର୍ଶନୀ

ମୟୂରଭଞ୍ଜ – ୨୮/୩ (ମସିହା) ମୟୂରଭଞ୍ଜ ଜିଲ୍ଲାର  ଜାମଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରସଙ୍ଗ ଉପରେ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି |ବ୍ଲକ ଶିକ୍ଷାଧିକାରୀ ସଦାନନ୍ଦ ମହାନ୍ତ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ |ସହ ଶିକ୍ଷାଧିକାରୀ ଅଭିରାମ ନାୟକ,ପ୍ରତାପ ଚନ୍ଦ୍ର ନାଏକ ଏବଂ ଦମୟନ୍ତୀ ସାହୁ କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କରିଥିଲେ | ଜାମଦା ବ୍ଲକର ୯ଟି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକଙ୍କ ମାର୍ଗଦର୍ଶନରେ ନାନା ପ୍ରକାରର ଶିକ୍ଷା ଉପକରଣ ପ୍ରଦର୍ଶନ ହୋଇଥିଲା |ଏଥିରେ ସାନକୁଲେଇବିରା ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରତିନିଧି ଭାବରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ତାଲାସାହିର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପାଲ ବିଚକ୍ଷଣ ଢଙ୍ଗରେ ପ୍ରସଙ୍ଗ ଉପସ୍ଥାପନା କରି ବିଚାରକ ମଣ୍ଡଳୀଙ୍କ ହୃଦୟ ସ୍ପର୍ଶ କରି ମୌଳିକ ସାକ୍ଷରତାରେ ପ୍ରଥମ ସ୍ଥାନ ଏବଂ ଜାରକାଣୀ କ୍ଲଷ୍ଟର ଗୁରୁପ୍ରସାଦ ଗିରି ସଂଖ୍ୟାଜ୍ଞାନ ପ୍ରସଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ |ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷା ଉପକରଣ ଦ୍ବାରା ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରିବ ବୋଲି ବିଓ ସଦାନନ୍ଦ ମହାନ୍ତ ଓ ରାଜ୍ୟ ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ଦେଇଥିଲେ | 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଯୋରଦା କଲ୍ଯାଣ ମଣ୍ଡପରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

ଫୁଲଝରଣ ରେ ଆଦିବାସୀ ଭବନ ଉଦଘାଟିତ 

masiha

ବରାଜିଆଣୀ ଗାଁ ରାସ୍ତା କାଦୁଅ ପଚ ପଚ

Sunil Chandra Nayak

Leave a Comment

error: Content is protected !!