ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କିକ୍ ବକ୍ସିଙ୍ଗ ମହିଳା ପ୍ରତିଯୋଗିତା ରେ ସଫଳତା

ତା ୨୮/୦୩/୨୦୨୩ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଜନତା ମହାବିଦ୍ୟାଳୟ +୩ ଏକ ବର୍ଷ କଳା ଛାତ୍ରୀ ରୋସନି ବେଗମ ଚଳିତ ବର୍ଷ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କିକ୍ ବକ୍ସିଙ୍ଗ ମହିଳା ପ୍ରତିଯୋଗିତା ରେ ୬୦ କେଜି ଯଏଣ୍ଟ ଫାଇଟରେ ବ୍ରୋଞ୍ଚ ପଦକ ତୃତୀୟ ସ୍ଥାନ ହାସଲ କରିଥିବା ରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପୁଷ୍ପଗୁଚ୍ଛ ସହ ପଦକ ପ୍ରଦାନ କରିଥିଲେ। ଏହି ସଫଳ ନିମନ୍ତେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଅଧକ୍ଷମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇପାରିଛି। ଏହି ପ୍ରତିଯୋଗିତା ଉତ୍ତର ପ୍ରଦେଶର ଭିବିଏସ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଜୋନପୁର ଠାରେ ୨୦ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରୁ ଢେଙ୍କାନାଳ ଜିଲ୍ଲାର ଦୁଇ ଜଣ ପ୍ରତିଯୋଗୀ ମହିଳା ଏବଂ ୨ ଜଣ ପୁରୁଷ ପ୍ରତିଯୋଗିତା ରେ ଅଶଂ ଗ୍ରହଣ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଂଟ ରେ ବ୍ରହ୍ମଣୀଗୁଡା ଚାମ୍ପିଅନ

masiha

ସେବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା

masiha

ସାରଙ୍ଗ ଧର ହାଇସ୍କୁଲ ର ଦୁଇ ଛାତ୍ରୀ କି୍କ ବକ୍ସିଙ୍ଗ ରେ ଆଣିଲେ ସଫଳତା

Sunil Chandra Nayak

Leave a Comment

error: Content is protected !!