ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ବ୍ଲକ – ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

ଢେଙ୍କାନାଳ, ତା ୨୮.୦୩ ୨୦୨୩  // ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଜୁନ ମାସ ସୁଦ୍ଧା ଯେପରି ଜିଲ୍ଲାର କୌଣସି ଅଞ୍ଚଳ ଦୁର୍ଗମ ହୋଇ ନ ରହିବ ସେଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ସମସ୍ତ ବିଡିଓ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷାର ବିକାଶ ସହିତ ଯେପରି ଅଧ୍ୟକ ସାମୁହିକ ବିକାଶ ମୂଳକ କାର୍ଯ୍ୟ ହୋଇପାରିବ ସେଥି ପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି । 

ବୈଠକରେ, ସମସ୍ତ ବ୍ଲକରେ ସମୀକ୍ଷା କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ, ଅଙ୍ଗନ ୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ, ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣର ଅଗ୍ରଗତି ସହିତ ଉନ୍ନତିକରଣ ନିମନ୍ତେ ସମସ୍ତ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟ, ଦୁର୍ଗମ ଉପାନ୍ତ ଅଂଚଳବାସୀଙ୍କୁ ସହଜରେ ଖାଉଟି ସାମଗ୍ରୀ ଯୋଗାଣ, ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ଭତ୍ତା ପ୍ରଦାନ, ବାଲ୍ୟ ବିବାହକୁ ରୋକିବା ନିମନ୍ତେ ସମସ୍ତ ପଞ୍ଚାୟତରେ ବିବାହ ପଞ୍ଜୀକରଣ ବ୍ୟବସ୍ଥା, ଚିକିତ୍ସାଳୟ ଗୁଡିକର କାର୍ଯ୍ୟକାରିତା ଏବଂ ସମସ୍ତ ପିଏଚସି, ସିଏଚସି, ହେଲଥ ୱେଲନେ ସେଣ୍ଟର, ଜିଲ୍ଲା ଏବଂ ଉପଖଣ୍ଡ ଚିକିତ୍ସାଳୟରେ ରୌଦ୍ରତାପରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଅନୁସାଙ୍ଗିକ ବ୍ୟବସ୍ଥା ଆଦି ସମ୍ପର୍କରେ ଅବଗତ କରାଇ ମତାମତ ପ୍ରଦାନ କରିଥିଲେ । 

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର (ରାଜସ୍ଵ ), ଜିଲ୍ଲା ଡା. ଅଶୋକ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ତନ୍ମୟ କୁମାର ଦରୱାନ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ଶ୍ରୀ ସରୋଜ କୁମାର ଦତ୍ତ (ପ୍ରଶାସନ), ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧ୍ୟାକାରୀ, ସମସ୍ତ ବିଡିଓ ଏବଂ ତହାସିଲଦାର ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ନାଗଭଣ ରାଧାକୃଷ୍ଣ ମନ୍ଦିର ପରିସରରେ ଗୁରୁପୂର୍ଣ୍ଣିମା

Sunil Chandra Nayak

ବି ଏ ଚ ଆର୍ ସି ର ହସ୍ତକ୍ଷେପ ଫଳରେ ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ କତ୍ତୃପକ୍ଷ ଙ୍କ ତରଫରୁ ଚିଠି ,  ଆବାସ ଯୋଜନାରେ ସାମିଲ ହେଲେ ଭିନ୍ନକ୍ଷମ ଦୁଇ ଭଉଣୀ

Sunil Chandra Nayak

ଧର୍ମଗଡ ବ୍ଲକ ଥନଟ ଗ୍ରାମର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ନେଇ ଦାବି ଦାବୀ ପୂରଣ ନହେଲେ ସ୍ୱାଧୀନତା ଦିବସରୁ ଅନଶନ ପାଇଁ ଚେତାବନୀ…

Sunil Chandra Nayak

Leave a Comment

error: Content is protected !!