ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଏବଂ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପର ତୃତୀୟ ସ୍ୱନକ୍ଷତ୍ର ଦିବସ

ତେନ୍ତୁଳିଖୁଣ୍ଟି _ ୨୯/୦୩/୨୩. ଆଜି ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହୀଦ ଦିବସ ଅବସରରେ ତେନ୍ତୁଳିଖୁଣ୍ଟି ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସଦଶିିବ ପ୍ରଧାନୀ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ କଂଗ୍ରେସ ଦଳ ସଭାପତି ମୁନା ତ୍ରିପାଠୀ, ବିଜେପି ଦଳ ସଭାପତି ଜଗଦୀଶ ବିଷୋଇ, ବାଗ୍ମୀ ନାରାୟଣ ପାତ୍ର, ତେନ୍ତୁଳିଖୁଣ୍ଟି ବି ଡି ଓ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର ପ୍ରଦୀପ କୁମାର କର , ସରପଞ୍ଚ ଅନାଦି ମାଝୀ ,ଟଭା ନାୟକ ସମିତି ସଭ୍ୟା ବିନୋଦିନି ସିଂ , ମଧୁସ୍ମିତା ପାଣିଗ୍ରାହୀ ଜିଲ୍ଲା ପରିଷଦ ସଭ୍ୟା କୃଷ୍ନା ମଞ୍ଜରୀ ବିଶୋଇ , ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଏବଂ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ। ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମ୍ପାଦକ ହନେସ ପାତ୍ର ବାଘ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଏବଂ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବରଙ୍ଗପୁର ର ଆମେ ନରଙ୍ଗପୁରିଆ ଗ୍ରୁପ ସୋସିଆଲ ମିଡିଆ ଗ୍ରୁପ କୁ ସମ୍ମାନିତ କରାଯାଇଥିଲା। ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ସଭାପତି ଅଖିଳ ଭତରା ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଗ୍ରୁପରତୃତୀୟ ସ୍ଵନକ୍ଷତ୍ର ଦିବସ ମଧ୍ୟ ପାଳନ କରାଯାଇଛି। ବିଭିନ୍ନ ଜନହିତକର କାର୍ଯ୍ୟ କୁ ଆଧାର କରି ଆଜିର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା ଗ୍ରୁପ ଗୁଡିକ ହେଲା ପରିବର୍ତ୍ତନ ଫାଉଣ୍ଡେସନ, ଆଇକୋନିକ ନନା ନନି, ଅବିଭକ୍ତ କୋରାପୁଟ ସମାଚାର, ପ୍ରମୁଖ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

UGC ବିଲ ସପକ୍ଷରେ ବହୁଜନ ସଂଗଠନ ମାନଙ୍କର ପ୍ରସ୍ତୁତି ବୈଠକ

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା, ୧ ଆହତ

Sunil Chandra Nayak

ସଚେତନ ନାଗରିକ ମଞ୍ଚର ୧୩ତମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!