ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋଳପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ଲାଞ୍ଜିଗଡ,୨୯/୦୩(ମନିସ)- ମହାବିଷୁବ ସଂକ୍ରାନ୍ତି ଅବସରରେ ଲାଞ୍ଜିଗଡ଼ସ୍ଥିତ ବଜରପଡାରେ ଷୋଳପ୍ରହର ବିଶ୍ବଶାନ୍ତି ନାମଯଜ୍ଞ ଆୟୋଜିତ ହେବାକୁ ଯାଉଛି ! ଏଥିପାଇଁ ଆଜି ମିଶନଶକ୍ତି କାଫେ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏଇ ଅବସରରେ ନାମଯଜ୍ଞ ପରିଚାଳନା ପାଇଁ ଏକ କୋର କମିଟି ଗଠନ କରାଯାଇଥିଲା ! ଏଥିରେ ସଭାପତି ଭାବେ ଯୁଧିଷ୍ଠିର ପାତ୍ର, ଉପ ସଭାପତି ଭାବେ ହିମାଦ୍ରୀ ପେସନିଆ, କାର୍ଯ୍ୟକାରୀ ସଭାପତି ଭାବେ ସୁବାସ ମହାପାତ୍ର, କାର୍ଯ୍ୟକାରୀ ଉପସଭାପତି ଭାବେ ସୁବାସ ଅଗ୍ରୱାଲ, ସମ୍ପାଦକ ଭାବେ ରାଘବ ଗହୀର,କୋଷାଧ୍ୟକ୍ଷ ଭାବେ ସଦାନନ୍ଦ ଦଣ୍ଡସେନା, ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଏମ୍.ଏସ୍.ଶେଖର ପ୍ରମୁଖଙ୍କୁ ମନୋନୀତ କରାଯାଇଛି ! ସେହିପରି ଉପଦେଷ୍ଟା କମିଟିରେ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ରାଜେନ୍ଦ୍ର ସିଂ ଦେଓ, ଚନ୍ଦ୍ରଧ୍ବଜ ପେସନିଆ, ଶ୍ରୀଧର ପେସନିଆ, କାମରାଜ ଦଳବେହେରା, ଅଶୋକ ପଟ୍ଟନାୟକ, ଶ୍ରୀମୁଖ ଅଗସ୍ତି, କିଶୋର ପେସନିଆ, ବବଲୁ ଦଳବେହେରା, ଗୋବର୍ଦ୍ଧନ ବିଶି, ଏମ୍. ଚନ୍ଦ୍ରଶେଖର, ବାବୁଲା ହୋତା, ବିନୟ ଗଉଡ଼, ଭୂଷଣ ମାଝୀ, ବିଶ୍ୱମ୍ବର ନାୟକ ଏବଂ ଲଳିତ ପ୍ରଧାନୀ ପ୍ରମୁଖ ମନୋନୀତ ହୋଇଛନ୍ତି ! ଆସନ୍ତା ୧୨ ତାରିଖରେ କଳସଯାତ୍ରା ୧୩ ଓ ୧୪ ତାରିଖ ନାମ ସଂକୀର୍ତ୍ତନ ଏବଂ ୧୫ ତାରିଖ ଦିନ ଦହିହାଣ୍ଡି ଭଙ୍ଗ ଭଳି କାର୍ଯ୍ୟସୂଚୀ ରହିଥିବା କମିଟି ସୂତ୍ରରୁ ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ମନୋନୟନ

masiha

ଭାରତ ସ୍ବାଧୀନତା ପରେ ଗଡିଲା ଶ୍ରୀ ଜିଉଁଙ୍କ ରଥ 

masiha

Entrepreneurship Awareness Programme Held for Rural Unemployed Youths at Therubali

masiha

Leave a Comment

error: Content is protected !!