ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମମତା ସାହୁ ଙ୍କ କବିତା = ରାମ ନବମୀ

 =ରାମ ନବମୀ=

କୌଶଲ୍ୟା ନନ୍ଦନ ଅହଲ୍ୟା ତାରଣ
ଅନାଦି ଅଚ୍ୟୁତ ପ୍ରଭୁ ଶ୍ରୀ ରାମ।।
ଅଭୟ ବରଦ ରଘୁ କୁଳମଣି
କୃପାମଯ ସିନ୍ଧୁ କୋଦଣ୍ଡ ପାଣି।।
ଶ୍ରୀ ରାମ ନବମୀ ପାଳେ ଜଗତ
ତୁମେ ରଘୁବୀର ଜଗତେ ପୂଜିତ।।
ମୁକୁନ୍ଦ ମୁରିରୀ ପ୍ରଭୁ ଦଇତାରି
ଧରାରେ ଜନମି ଧର୍ମ ରକ୍ଷାକାରି।।
ଅନନ୍ତ ଶୟନ ନିତ୍ୟ ନିରଞ୍ଜନ
ସତ୍ୟ ସନାତନ କରସ୍ତୁଭ ଭୁଷଣ।।
ସୀତା ଛଳେ ଦୁଷ୍ଟ ରାବଣ ନାଶିଲ
ସୀତା ଉଦ୍ଧାରିଣ ଲିଳା ବିସ୍ତାରିଲ।।
ଧନୁ ଭଗ୍ନକାରି ଶ୍ରୀ ରଘୁ ନନ୍ଦନ
ପାପ ତାପ ହାରି ଜଗତ ଜୀବନ।।
ସର୍ବ ଲୋକ ବନ୍ଧୁ ଅଟ ମହାଶୟ
ସୁଯୋଗ୍ୟ ପୁରୁଷ ପ୍ରଭୁ ଦୟାମୟ।।
ତୁମେ ହର୍ତ୍ତା କର୍ତ୍ତା ତୁମେ ସ୍ବାହାକାର
ଧର୍ମ କର୍ମ ଆଦି ସର୍ବ ଆତ୍ମାଧାର।।
କୃତଞ୍ଜଳି ପୁଟେ କରୁଛି ଗୁହାରୀ
ଦୀନ ଜନଙ୍କୁ ଉଦ୍ଧାର ଶ୍ରୀହରୀ।।

          ମମତା ସାହୁ 

            ଗାଈଗାଁ, କଳାହାଣ୍ଡି

Related posts

ମୋତିଲାଲ ସାହୁ ଙ୍କ କବିତା = ଅନୁତାପ

masiha

ଜଗ ମୋହନ ପଟ୍ଟନାୟକ ଙ୍କ କବିତା = ସତ୍ୟ ପଥ

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଜୀବନ ଯନ୍ତ୍ରଣା =

Sunil Chandra Nayak

Leave a Comment

error: Content is protected !!