ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବନଲକ୍ଷ୍ମୀ ମହାନ୍ତି  ଙ୍କ କବିତା = ଜୟ ଶ୍ରୀରାମ

ଜୟ ଶ୍ରୀରାମ

ଜୟ ଜୟ ଜୟ ରାମ
        ଦଶରଥଙ୍କ ନନ୍ଦନ
ଜୟ ଜୟ ରାମ ପ୍ରଭୁ 
       ରାଜୀଵ ଲୋଚନ ।।
ତ୍ରେତୟା ଯୁଗରେ ତୁମେ
       ହୋଇଲ ଜନମ
ତପସ୍ଵୀଙ୍କୁ ରକ୍ଷାକଲ
      ରାକ୍ଷସ ମାରିଣ ।।
ପିତୃ ସତ୍ୟ ପାଳିଣ
         କଲ ଵନକୁ ଗମନ  
ପତ୍ନୀ ସୀତା ଲକ୍ଷ୍ମଣଯେ
        ସଙ୍ଗେ ଗଲେ ଜାଣ ।।
ସୀତାଙ୍କୁ ରାବଣ ଲଙ୍କା
        ଘେନିଗଲା ସା ଥେ
ପାପ ଵିନାଶିଲ ପ୍ରଭୁ
      ମାରି ନିଜ ହା ତେ ।।
ଯେତେଵେଳେ ଵିଶ୍ଵକୁ
     ପଡଇ ଶଙ୍କଟ
ଅବତରି ପ୍ରଭୁତୁମେ
     ବିନାଶ କର ଦୁଷ୍ଟ ।।
ସତ୍ୟ ଶାନ୍ତି ଦୟା କ୍ଷମା 
     ସଂସାରୁ ହଜୁଅଛି
ଅଧର୍ମ ଅନ୍ୟାୟ ବିଶ୍ଵେ
   ପ୍ରବଳ ହେଉଅଛି ।।
ବାରେ ଦୟା କରପ୍ରଭୁ
     ଦଶରଥଙ୍କ ନନ୍ଦନ
ଅଧର୍ମ ବିନାଶି କର
    ଧର୍ମ ସଂସ୍ଥାପନ।। 
   

  ବନଲକ୍ଷ୍ମୀ ମହାନ୍ତି 

ନଡିଆବରାଇ , କେନ୍ଦ୍ରାପଡ଼ା 

Related posts

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା // ତୁମେ ଆଉ ମୁଁ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା = ବନ୍ଦେ ଉତ୍କଳ ଜନନୀ 

masiha

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

Leave a Comment

error: Content is protected !!