ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୂଡ଼ା ପାହାଡ଼ ର ଗଦଳାଝରଣରେ ମହା ଶିବ ରାତ୍ରି

  ଗୋଲାମୁଣ୍ଡା -:  ଆଜି ଗୋଲାମୁଣ୍ଡା ବ୍ଲକର କଳାହାଣ୍ଡି ପ୍ରସିଦ୍ଧ ପଯ୍ୟଟନସ୍ଥଳୀ ଚୂଡ଼ାପାହାଡ଼ ଗଦଳାଝରଣଠାରେ ଧବଳେଶ୍ୱର ମନ୍ଦୀର ଶୈବପୀଠରେ ମହା ଶିବରାତ୍ରି ପାଳିତ ହୋଇ ଯାଇଛି l ଏଠାରେ ଛୋଟରୁ ବଡ଼ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଛି lଅଲେଖ ମହିମା ଭକ୍ତଙ୍କ ବିଶ୍ୱ ଶାନ୍ତି ମହିମା ଯଜ୍ଞ ଅନୁଷ୍ଠିତ ହେବା ସହ ଧବଳେଶ୍ୱର ମନ୍ଦିର ଶୈବ ପୀଠରେ ମହାଦେବ ଙ୍କ ପୂଜା ଅର୍ଚନା ଚାଲିଛି l ଚୂଡ଼ାପାହାଡ଼ ପାଦଦେଶଠାରୁ ଉପରକୁ ପାହାଡ଼ ଚଢ଼ା ଦୃଶ୍ୟ ଭକ୍ତଙ୍କ ମନରେ ଅତ୍ୟନ୍ତ ଖୁସି ଆନନ୍ଦ ଆଣିଦେଇଥାଏ l ଦୀର୍ଘ ଦିନରୁ ଏଠାରେ ନିରାଡ଼ମ୍ବର ଭାବରେ ଗୋଲାମୁଣ୍ଡା, ଜୁନାଗଡ଼, ଧର୍ମଗଡ଼ ତଥା କଳାହାଣ୍ଡି ଜିଲ୍ଲା ର ଦୂରଦୁରାନ୍ତରୁ ଶୈବ ଭକ୍ତ ବୃନ୍ଦ ମହାଦେବଙ୍କ ପୂଜାର୍ଚନା କରିବାକୁ ଆସିଥାନ୍ତି l ଏହି ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ଧର୍ମର ଭକ୍ତଙ୍କୁ ଦେଖିବାକୁ ମିଳିଥାଏ l ଗଦଳାଝରଣର ଚୂଡ଼ାପାହାଡ଼ ଯାତ୍ରା କମିଟି ନରେନ୍ଦ୍ର ପଧାନ (ସଭାପତି ), ଗଣେଶ ଚନ୍ଦ୍ର ରାଉତ (ସମ୍ପାଦକ ), ଲଳିତ ମୋହନ ପଧାନ, ଭାଗ୍ୟବାନ ବାଗ, ଅନ୍ତରାମ ବେହେରା, ରାମେଶ୍ୱର ଭୋଇ, ଚନ୍ଦ୍ରମଣି ପ୍ରଧାନ, କୁମୁଦ ପଧାନ, ନଉକିଶୋର ପଧାନ, ଅଶ୍ୱିନ ଖମାରି ଆୟୋଜନ କରିଥିବା ବେଳେ ଅଂଚଳବାସୀ ସହଯୋଗ କରିଥିଲେ l ପୂଜକ ଭାବରେ ତ୍ରିଲୋଚନ ଦାସ, ଟିକେମଣି ଦାସ, ଛବି ଦାସ, ମଧୁ ଦାସ ପୁରୋହିତ କାର୍ଯ୍ୟ ତୁଲାଇ ଥିଲେ l ବିଶ୍ୱ ଶାନ୍ତି ମହିମା ଯଜ୍ଞ ମନାତ୍ମକ ବାବା ଆୟୋଜନ କରିଥିବା ବେଳେ ମହିମା ଧର୍ମ ସାଧୁ ସନ୍ଥ ସହଯୋଗ ସହ ଭଂଜନ କୀର୍ତନ କରୁଥିଲେ l ଗୋଲାମୁଣ୍ଡା ରୁ ରାମ କୁମାର ସେନାପତି ଓ ଟେମରି ରୁ ଜଗଜ୍ୱିବନ ସା ଙ୍କ ରିପୋର୍ଟ ।

Related posts

ଶ୍ରୀ ଭ୍ରମର ବାଗ ଙ୍କ କବିତା ବୁଆ ଗୋ ରାଜନିତିର ଲୀଲା

Sunil Chandra Nayak

ବିବାହର ମାତ୍ର ୧୧ ଦିନ ମଧ୍ୟରେ ନବବଧୁର ମଥାରୁ ଲିଭିଗଲା ସିନ୍ଦୁର

Sunil Chandra Nayak

ଭବାନୀପାଟଣା ରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!