ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା ଜିଲ୍ଲାରେ ଶଙ୍ଖ ନାଦ

ରାୟଗଡା:୨୮/୨ ମ.ନି.ସ:- ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡା ଜିଲ୍ଲାରେ ବାଜିମାରିଛି ବିଜେଡି, ଜିଲ୍ଲାର ୨୨ ଟି ଆସନ ମଧ୍ୟରେ ବିଜେଡି ୧୫ଟି ଜୋନରେ ବିଜୟ ହୋଇଛି। ୬ ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି,ବିଜେପି ଗୋଟିଏ ଆସନ ମଧ୍ୟ ନେଇପାରିନାହିଁ। ୫ ବର୍ଷ ପରେ ବିଜୟୀ ଧାରାକୁ ଫେରିଛି,ଗୁଣପୁର ୨ଟି ଜୋନ କାଶିପୁର,ରାୟଗଡା,ରା–ମନାଗୁଡା,କୋଲନରା,ଗୋଟିଏ ଲେଖାଏଁ ଜୋନକୁ ଛାଡିଦେଲେ ବିଜେଡି ବହୁମତ ବ୍ଯବଧାନରେ ବିଜୟୀ ହୋଇଛି। ୫ ବର୍ଷର ବ୍ଯବଧାନ ପରେ ବିଜେଡି ରାୟଗଡାରେ ଜିଲ୍ଲାପରିଷଦ ଗଠନ କରିବାକୁ ଯାଉଛି। ଆଗରୁ କଂଗ୍ରେସ ର ଗଡ ଥିବା ଚନ୍ଦ୍ରପୁର,ଗୁଡାରିରେ ମଧ୍ୟ ବିଜେଡି ବିଜୟୀ ହୋଇଛି। ବିଷମକଟକ (କ) ଜୋନ ରୁ ବିଜେଡି ପ୍ରାର୍ଥୀ ସୁଜାତା କାଡ୍ରାକା ଏବଂ(ଖ) ଜୋନରୁ ବିଜୟ ଶାନ୍ତି କୁମୁରୀକା ବିଜୟୀ ହୋଇଛନ୍ତି। ମୁନିଗୁଡା (କ)ଜୋନରେ ସନ୍ତୋଷ ସୁନା(ଖ)ଜୋନରେ ବିଜେଡି ପ୍ରାର୍ଥୀନୀ ମାଧବୀ କନ୍ଧପାଣି ବିଜୟୀ ହୋଇଛନ୍ତି। କଲ୍ଯାଣିସିଂପୁରର ଦୁଇଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପଦ୍ମପୁରର ଦୁଇଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ରାୟଗଡାର ୩ ଟି ଜୋନରେ ମଧ୍ୟରୁ ୨ ଟି ଜୋନରେ ଗୋଟିଏ ବିଜେଡି ଓ ଗୋଟିଏରେ କଂଗ୍ରେସ ହାତକୁ ଯାଇଥିବା ବେଳେ ବିଜେପି ଖାତା ଖୋଲି ପାରିନାହିଁ।

ରାୟଗଡାରୁ ଯୁଗୋଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଖଇରଭାଡ଼ି ଠାରେ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀ ମହାବିଷ୍ଣୁ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

କଲମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣୀ ବେହେରା ନିର୍ବାଚିତ

Sunil Chandra Nayak

ସରସ୍ୱତୀ ଶିଶୁ ମନ୍ଦିର, ନବରଙ୍ଗପୁର ଠାରେ ଗୁରୁଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!