ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦନା ଗ୍ରାମ ରେ ନୂତନ ଲ୍ୟାମ୍ପ ସ୍ଥାପନ ପାଇଁ କମିଟି ଗଠନ

ଡାବୁଗାଁ, ୩୦/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମ ପଂଚାୟତ ଠାରେ ଚାଷୀ ମାନଙ୍କ ନିମନ୍ତେ ନୂତନ ଲ୍ୟାମ୍ପ ସ୍ଥାପନ କୁ ନେଇ ଚାଷୀମାନଙ୍କ ମହଲ ରେ ଉତ୍ସାହ ର ବାତାବରଣ ଦେଖିବାକୁ ମିଳିଛି | ଗୁରୁବାର ମେଦନା ଗ୍ରାମ ଠାରେ ଏକ ଜରୁରୀ ବୈଠକ କରି ଲ୍ୟାମ୍ପ୍ସ କମିଟି ଗଠନ କରାଯାଇଛି | ଉକ୍ତ କମିଟି ରେ ମୋଟ ୧୫ ଜଣଙ୍କୁ ସଭ୍ୟ ଭାବରେ ଚୟନ କରାଯାଇଛି | ଲ୍ୟାମ୍ପ କମିଟି ର ସଭ୍ୟ ଭାବେ ମନୋନୀତ ବ୍ୟକ୍ତିମାନେ ହେଲେ ଭାଗିରଥି ନାୟକ, ଦାମୁ ଭତରା, ସରୋଜିନୀ ମାଝୀ, ପଦ୍ମିନୀ ଭତରା, ଯୁଧେଷ୍ଟି ମାଝୀ, ଶଶୀଧର ମାଝୀ, ଶଙ୍କର ଭତରା, ଜେମା ଭତରା, କୃଷ୍ଣ ଚନ୍ଦ୍ର ମାଝୀ, ସୁଶାନ୍ତ ମାଝୀ, ମହେନ୍ଦ୍ର ମେହେର, ଶିବ ପ୍ରସାଦ ମିଶ୍ର, ଲଖି ଦାସ, ଭଗବାନ ଗୌଡ଼ ଏବଂ ଗଙ୍ଗାଧର କଲାର | ମେଦନା ଗ୍ରାମ ପଞ୍ଚାୟତ ପରିସରରେ ଲ୍ୟାମ୍ପ ହେଲେ ଉଭୟ ଅଞ୍ଚଳା ପଞ୍ଚାୟତ ଓ ମେଦନା ପଞ୍ଚାୟତ ର ପାଖାପାଖି ୮୦୦ ରୁ ଊର୍ଦ୍ଧ୍ଵ ଚାଷୀ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି | ଆଖ ପାଖରେ ଲ୍ୟାମ୍ପ ର ବ୍ୟବସ୍ଥା ନ ଥିବା ଯୋଗୁଁ ଉଭୟ ପଞ୍ଚାୟତ ର ଚାଷୀମାନେ ଗାଁ ଠାରୁ ୧୫ କିଲୋମିଟର ଦୁର ଡାବୁଗାଁ ଲ୍ୟାମ୍ପ୍ସ ଉପରେ ନିର୍ଭର କରୁଥିଲେ | ଯାହା ତାଙ୍କୁ ଯିବାଆସିବା ୩୦ କିଲୋମିଟର ପଡିଯାଉଥିବା ବେଳେ ସାର, ବିହନ, କୀଟନାଶକ ଓ ଅନ୍ୟାନ୍ୟ ଚାଷ ଉପଯୋଗୀ ଦ୍ରବ୍ୟ ଆଣିବାରେ ଅସୁବିଧା ହେଉଥିଲା |ଏବେ ମେଦନା ଗ୍ରାମରେ ଲ୍ୟାମ୍ପ ହେଲା ପରେ ଚାଷୀମାନେ କମ ପରିଶ୍ରମ ରେ ଏବଂ ସୁଲଭ ମୂଲ୍ୟ ରେ ଚାଷ ଉପଯୋଗୀ ଦ୍ରବ୍ୟ ସବୁ ପାଇ ପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି |ଆଜିର ଅନୁଷ୍ଠିତ ବୈଠକ ରେ ମେଦନା ପଞ୍ଚାୟତ ର ସରପଞ୍ଚ ସୁମିତ୍ରା ମାଝି, ନାଏବ ସରପଞ୍ଚ ଡମ୍ବରୁ ଭତରା, ଅଞ୍ଚଳା ପଞ୍ଚାୟତ ସରପଞ୍ଚ ରମେଶ ମାଝି ଏବଂ ପୁର୍ବତନ ପଞ୍ଚାୟତ ସମିତି ଅଧକ୍ଷ ବଂଶିଧର ମାଝୀ, ପୁର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ଦୁଇଟି ପଞ୍ଚାୟତ ର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଦେବ ସେନା ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋମାତା

Sunil Chandra Nayak

ସୁନ୍ଦରଗଡ ଲେଫ୍ରିପଡ଼ା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

Leave a Comment

error: Content is protected !!