ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତାରିଣୀ ପୀଠରେ ଚଣ୍ଡୀ ମହାଯଜ୍ଞ

ଭବାନୀପାଟଣା,୩୦/୩: ଭବାନୀପାଟଣା ସ୍ଥିତ ତାରିଣୀ ମନ୍ଦିରରେ ଦେବୀଙ୍କ ଚୈତ୍ର ବସନ୍ତିକ ଯାତ୍ରା ଉପଲକ୍ଷେ ସପ୍ତମୀ ତିଥିରୁ ଆରମ୍ଭ ହୋଇଥିବା ତ୍ରିଦିନାତ୍ମକ ସ୍ୱତନ୍ତ୍ର ପୂଜାର୍ଚ୍ଚନା ର ତୃତୀୟ ଦିବସରେ ନବମୀ ତିଥିରେ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଯଜ୍ଞରେ ବ୍ରହ୍ମା ଦାୟିତ୍ବ ସନ୍ତୋଷ କୁମାର ରଥ ତୁଲାଇଥିବା ବେଳେ, ଆଚାର୍ଯ୍ୟ ହେଇଥିଲେ ମନୋ ରଞ୍ଜନ ଦାସ। ଚଣ୍ଡୀପାଠ ନିରଞ୍ଜନ ଦାସ, ଶିଵ ସହସ୍ର ନାମ ସତ୍ୟ ନାରାୟଣ ମହାପାତ୍ର ଓ ଵିଷ୍ଣୁ ସହସ୍ର ନାମ ଡ଼. ତପନ ରଥ ସମ୍ପାଦନ କରିଥିଲେ। ବିଶ୍ୱଜିତ ନେଗୀ ଓ ତାଙ୍କ ଧର୍ମପତ୍ନୀ ସ୍ମିତାରଣୀ ନେଗୀ ଯଜ୍ଞର କର୍ତ୍ତା ହେଇଥିଲେ। ମନ୍ଦିର ର ପୂଜକ ଉତ୍ତମ ଚନ୍ଦନ ତ୍ରିପାଠୀ ଦେବୀଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ ଓ ଅଭିଷିକ୍ତ ପୂଜକ ପ୍ରଭାକର ତ୍ରିପାଠୀ ଦେବୀଙ୍କ ତ୍ରିଦିନାତ୍ମକ ସ୍ୱତନ୍ତ୍ର ଅର୍ଚନା କରିଥିଲେ। ଦିନ ତମାମ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ସମାଗମ ହୋଇଥିଲା। ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ଯଜ୍ଞ କମିଟି ପକ୍ଷରୁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ରଞ୍ଜନ କୁମାର ରଥ, ବିରେନ୍ଦ୍ର ମିଶ୍ର, ଶ୍ରୀସ ରଞ୍ଜନ ତ୍ରିପାଠୀ, ପ୍ରମୋଦ ରଥ ପ୍ରମୁଖ ଯଜ୍ଞରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମହିମା ଗ୍ରାମରେ ଚୈତ୍ର ଯାତ୍ରା, ଘଟ ରୁପରେ ଦର୍ଶନ ଦେଲେ ତିନି ଦେବୀ

Sunil Chandra Nayak

ଧୋବେନ ପଡା ମା ଘାଟି ମୁଣ୍ଡିଆଣିଙ୍କ ବାର୍ଷିକ ମାଘ ଯାତ୍ରା

Sunil Chandra Nayak

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ରଥକାଠ ଅନୁକୂଳ

Sunil Chandra Nayak

Leave a Comment

error: Content is protected !!