ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୟପାଟଣାରେ ଚାଲିଛି ରାମ ନବମୀର ମହାପର୍ବ

ଜୟପାଟଣା:୩୦/୦୩/୨୩ // ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । 

ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ । ପ୍ରଭୁ ଶ୍ରୀରାମ ଏହି ଅବତାରରେ ସଂପୂର୍ଣ୍ଣ ମାନବଜୀବନ ଯାପନ କରିଥିଲେ । ପ୍ରଭୁ ଶ୍ରୀରାମ ଜଣେ ଆଦର୍ଶ ରାଜା କିପରି ପ୍ରଜା ବତ୍ସଳ ହୋଇପାରେ ଏବଂ ପ୍ରଜାଙ୍କ ମନରୁ ରାଜାଙ୍କ ପ୍ରତି ରହୁଥିବା କିଞ୍ଚିତ ମାତ୍ର ସନ୍ଧେହକୁ ଦୂର କରିବା ପାଇଁ ନିଜ ପତ୍ନୀ ମାତା ସୀତାଙ୍କୁ ନିର୍ବାସିତ ଦଣ୍ଡ ଦେଇଥିବା ଉଦାହରଣ ପ୍ରଜା ବତ୍ସଳ ଶାଶକର କର୍ତ୍ତବ୍ୟ କିପରି ହେବା ଉଚିତ ଏହା ନିଶ୍ଚିତ ଭାବେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଉଛି । ରାମନବମୀ ଉପଲକ୍ଷେ ନଅଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ପ୍ରବଚନ ଆଦି ଚାଲେ ବିଶେଷ ଭାବରେ ରାମଚରିତ ମାନସ ପାଠ କରାଯାଏ । 

ଜୟପାଟଣାରେ ଏହି ଉତ୍ସବର ଆୟୋଜନ ଅତ୍ୟନ୍ତ ମନୋରମ ହୋଇଥାଏ । ଗୀତାଭାବନରେ ନଅ ଦିନ ବ୍ୟାପି ଏହି ଉତ୍ସବ ପାଳନ ହେଉଥିବା ବେଳେ ସ୍ଥାନୀୟ ରାମ ମନ୍ଦିରରେ ଆଜି ନବମୀ ଦିନ ଏହାର ଆୟୋଜନ ବେଶ ନିଆରା ହୋଇଥାଏ । ବିଶେଷକରି ରାମ ଶୋଭାଯାତ୍ରା କମିଟି ଦ୍ୱାରା ଆୟୋଜିତ ପ୍ରଭୁ ଶ୍ରୀରାମଙ୍କର ରଥ ନଗର ପରିକ୍ରମା କରିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥାଏ ।ଆଜି ସୁନ୍ଦରିଜୋର ଠାରେ ଆୟୋଜିତ ୧୦୮ କୁଣ୍ଡିଅ ମହା ଯଜ୍ଞ ଅଞ୍ଚଳ ବାସୀଙ୍କର ଶ୍ରୀରାମଙ୍କର ପ୍ରତି ଥିବା ନିଷ୍ଠା ଓ ଆନ୍ତରିକତା ହଜାର ହଜାର ଭକ୍ତଙ୍କ ଭାବାବେଗକୁ ଦେଖିଲେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇ ଉଠେ ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ପତ୍ରକାର)

Related posts

ବିରୁପାକ୍ଷ ଶିବ ମନ୍ଦିରର ଭୂମିପୂଜନ ଉତ୍ସବ

Sunil Chandra Nayak

ଓଡ଼ିଆ ଚଳଚ୍ଚିତ୍ର ନାୟିକା ସୂର୍ଯ୍ୟମୟୀଙ୍କ ଦ୍ୱାରା ରଜ ମହୋତ୍ସବ ୨୦୨୩ ଉଦଘାଟିତ

Sunil Chandra Nayak

ବାଲିଗୁଡା ରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ମଧ୍ୟ ପାଳିଲେ ସାବିତ୍ରୀ ବ୍ରତ 

Leave a Comment

error: Content is protected !!