ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବନ୍ଧୁଗାଁ ବ୍ଲକର ସମସ୍ତ ଆଦିବାସୀ ଗାଁ ରେ ହିରେଇ ପର୍ବ ଧୁମଧାମରେ ପାଳନ ପାଇଁ ପାରମ୍ପରିକ ଭାବେ ପୂଜା ସହିତ ଶୁଭାରମ୍ଭ

 ବନ୍ଧୁଗାଁ ତା ୩୦/୩/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସମସ୍ତ ଆଦିବାସୀ ପରିବାର ବସବାସ କରୁଥିବା ଗାଁ ଗୁଡ଼ିକରେ ହୀରେଇ ପର୍ବ ପାଳନ ପାଇଁ ପାରମ୍ପରିକ ଭାବେ ପୂଜା କରାଯାଇ ଶୁଭାରମ୍ଭ ହୋଇଯାଇଛି। ପ୍ରକୃତିର ବିବିଧତା ଭିତରେ ନିଜକୁ ଖାପ ଖୁଆଇ ଓ ପ୍ରକୃତି କୁ ଭଲ ପାଇ ବିଶ୍ୱାସ କରି ଆସୁଥିବା ଏହି କୁବୀ କନ୍ଧ ଗୋଷ୍ଟି ହିରେ଼ଇ ପର୍ବକୁ ଖୁସିରେ ପାଳନ କରିବା ପାଇଁ ପ୍ରଥମେ ଝାକେରି ଠାରେ ଗାଁର ମୁଖ୍ୟ ଦିଶାରି, ଜାନି, ସାଉନ୍ତା, ପାଟୁ ବେଜିଣି ଓ ବାରିକ ମାନଙ୍କ ଦ୍ଵାରା କୁକୁଡ଼ା ପୂଜା କରାଯାଇ ଥାଏ । ଏହା ପରେ ଜାନି ଦ୍ୱାରା ପୂଜା କୁକୁଡାର ମାଂସ ଓ ମାଟି ହାଣ୍ଡି ଠାରେ ଭାତ ରାନ୍ଧି ପ୍ରସାଦ ଭାବରେ ଗାଁ ର ସମସ୍ତେ ଖାଇଥାନ୍ତି । ଏହି ଦିନ ଗାଁ ର ପାଟୁ ବେଜିଣୀ ସହିତ ସହଯୋଗୀ ବେଜୀଣି ମାନେ ପ୍ରତି ଘରକୁ ଘର ଯାଇ ଥିବା କୁକୁଡା ଗୁଡିକୁ ବଳି ଦେଇ ଥାନ୍ତି । ଏହି ହିରେଈ ପର୍ବ ଦିନ ପରିବାର ଲୋକେ ଖୁସିରେ ପାଳନ କରିବା ପାଇଁ ନୂତନ ପୋଷାକ ପରିଧାନ କରି ଘରେ ରାନ୍ଧି ଖାଇଥାନ୍ତି । ଦିଶାରୀ ପ୍ରତି ଘରକୁ ଯାଇ ଚଳିତ ବର୍ଷ ଡଙ୍ଗର ଓ ଜମି ଠାରେ ଚାଷବାସ କରି ଅମଳ କରିଥିବା ନୂତନ ବିହନ ଗୁଡିକୁ ନିଜ ହାତରେ ସ୍ୱର୍ଶ କରି ଫେରି ଆସନ୍ତି । ଏହା ପରେ ଦିଶାରି ତୃତୀୟ ଦିନ ମାଟି ହାଣ୍ଡି ଠାରେ ଥିବା ପାଣି ନିଜେ ମୁଣ୍ଡରେ ଢାଲି ଗାଧେଇବା ପରେ ଝାକର ପୂଜା ଯେଉଁ ଦିନ ଆରମ୍ଭ ହୋଇ ଥିବ ସେହି ବାର ଦିନ ପଯ୍ୟନ୍ତ ଯୁବା ଯୁବତୀ, ବୁଡା ବୁଡ଼ି ଓ ଛୋଟ ପିଲା ସମସ୍ତେ ପାଣି , କାଦୁଅ, ଓ ବିଭିନ୍ନ ରଙ୍ଗ ପରଷ୍ପର ଲଗାଇ ଖେଳିଥାନ୍ତି । ଏହି ଦିନ ମଧ୍ୟରେ ବେଜିଣି, ଯୁବତୀ କିମ୍ୱା ବୁଢ଼ାବୁଢ଼ୀ ମାନେ ନିଜ ଗାଁ ର ପ୍ରତି ଘର ବୁଲି ବାଦ୍ୟ ଓ ଗୀତ ଗାଇ ଯାହା ଖୁସିରେ ଦେଲେ ମାଗି ଆଣିବା ସହିତ ପାଖ ଗାଁ କୁ ମଧ୍ୟ ଯାଇଥାନ୍ତି । ଗୀତରେ ସେମାନେ ଆମେ ତୁମ ଘରକୁ ହିରେଇ ପର୍ବ ପାଇଁ ଖୁସିରେ ବଣ ଜଙ୍ଗଲର କନ୍ଦା,ଫଳ ଓ ଶାଗ ଖାଇ ପାଣି ଖେଳି ଆସିଛୁ ଯାହା ଅଛି ତୁମେ ଆମକୁ ଖୁସିରେ ଦିଅ ଗୀତା ଗାଇ ଥାନ୍ତି। ଆଜିର ଏହି ହିରେଇ ପର୍ବ ପାଳନ ପାଇଁ ସ୍ଥାନୀୟ ସରପଞ୍ଚ ଝୁମୁକା ଗାଁ ରେ ପହଞ୍ଚି ପୂଜାରେ ଗାଁ ମୁଖ୍ୟା ମାନଙ୍କ ସହିତ ସାମିଲ ହୋଇ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଚିଲିକା ମା, କାଳିଜାଇ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଜାଗର ଯାତ୍ରା

Sunil Chandra Nayak

ଦୋଳ ପୂର୍ଣ୍ଣିମାରେ କୋକସରା ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ରାଧାକୃଷ୍ଣ ମନ୍ଦିର ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ଆଡ଼ମ୍ବରରେ ପାଳିତ 

masiha

Leave a Comment

error: Content is protected !!