ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପୋଖରିଆ ଗ୍ରାମରେ ମା’ ଵନଦୁର୍ଗାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳିତ

ମୟୂରଭଞ୍ଜ – ୩୦/୩ (ମସିହା) ଆଜି ପବିତ୍ର ରାମନବମୀ ପୂଜା ।ଏହି ପବିତ୍ର ରାମନବମୀ ଦିବସରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଝରାଡିହି ଅଂଚଳର ପୋଖରୀଆ ଗ୍ରାମରେ ବହୁ ପ୍ରସିଦ୍ଧ ବନଦୁର୍ଗା ଜାହିରାପୀଠରେ ମା’ଙ୍କ ପୂଜାର୍ଚ୍ଚନା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି ।ପୋଖରୀଆ ଗ୍ରାମରେ ଵନଦୁର୍ଗା ପୂଜାସ୍ଥଳୀରେ ବହୁ ଆବାହମାନ କାଳରୁ ମା’ ଵନଦୁର୍ଗାଙ୍କ ପୂଜାର୍ଚ୍ଚନା ହୋଇଆସୁଛି । ପୋଖରୀକଆ ଗ୍ରାମର ଧାର୍ମିକ ବ୍ୟକ୍ତି ଦୟାନିଧି ଦାଶ ଦିର୍ଘ ବର୍ଷ ଧରି ପୂଜାର୍ଚ୍ଚନା ଦାୟିତ୍ଵର ସହ ନିଭାଇ ଆସୁଥିଲେ ।ତାଙ୍କର ଦେହାନ୍ତ ସମୟରେ ସେ ପୋଖରୀଆ ଗ୍ରାମର ଧାର୍ମିକ ବ୍ୟକ୍ତି ଈଶାନ ମିଶ୍ରଙ୍କୁ ମା’ଙ୍କ ସ୍ବପ୍ନାଦେଶ ଅନୁସାରେ ପୂଜାର୍ଚ୍ଚନା ଦାୟିତ୍ଵ ତୁଲାଇବା ପାଇଁ ଅନୁମତି ଦେଇଥିଲେ।ସେଵେ ଠାରୁ ଦିର୍ଘ ୨୦ ବର୍ଷ ହେଲା ଈଶାନ ମିଶ୍ର ପୂଜାର୍ଚ୍ଚନା ଦାୟିତ୍ଵ ନିଷ୍ଠାର ସହ ସଂପାଦନା କରି ଆସୁଛନ୍ତି ।ଆଜି ପବିତ୍ର ରାମନବମୀ ଦିବସରେ ପୋଖରୀଆ ଗ୍ରାମରୁ ବହୁ ସଂଖ୍ୟା ରେ ଗ୍ରାମବାସୀ ବୃନ୍ଦ ଵନଦୁର୍ଗା ଜାହୀରା ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।ପୂଜକ ସଂସ୍କୃତ ବିଦ୍ୱାନ ରବିନ୍ଦ୍ର କୁମାର ମିଶ୍ର ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ।କର୍ତ୍ତା ଦାୟିତ୍ଵ ଭାସ୍କର ଚନ୍ଦ୍ର ଦାଶ ନିଭାଇଥିଲେ । ଗାଁ ରୁ ଗ୍ରାମବାସୀ ବୃନ୍ଦ ଘଣ୍ଟ ,ବାଜା ବଜାଇ ବନଦୁର୍ଗାଙ୍କ ପୀଠକୁ ଯାଇଥିଲେ । ସେଠାରେ ମା’ଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ହୋଇଥିଲା । ସେହିଭଳି ସେହି ଜାହିରା ପୀଠରେ ଭୂମିଜ ସଂପ୍ରଦାୟର ଲୋକେ ତାଙ୍କର ରଢ ଦେବତାଙ୍କୁ ପୂଜକ ନାଣ୍ଡୁ ସର୍ଦ୍ଦାର ପୂଜାର୍ଚନା କରିଥିଲେ ।ଏହି ପୀଠ ଅନତି ଦୂରରେ ଜଙ୍ଗଲ ପାହାଡ ଅଛି ।ଲୋକେ କୁହନ୍ତି ମା’ଙ୍କ ଅଵସ୍ଥାନ ଯୋଗୁଁ ଆଖପାଖ ଦୁବୁଲାବେଡା ଗ୍ରାମ ସମେତ ଆଖପାଖ ଅଂଚଳକୁ ହାତୀ ଆସି ଘର ଭାଙ୍ଗିବା,ଫସଲ କ୍ଷୟକ୍ଷତି କରନ୍ତି ହେଲେ ମା’ଙ୍କ ପୂଜା ସ୍ଥାନରୁ ପୋଖରୀଆ ଗ୍ରାମ ସୀମାକୁ ଆଜି ଯାଏଁ ନାହାନ୍ତି ।ଏହି ଗ୍ରାମରେ ନାଗାବନ୍ଧ ସମେତ ଦୁଇ ୩ଟି ବଡ଼ଚ ବନ୍ଧ ଅଛି ଯେଉଁଠି ସବୁଆଡେ ଜଳ ପାଇଁ ହାହାକାର ଏଠାକାର ଲୋକେ ଜଳକ୍ଳିଷ୍ଟ ରେ କ’ଣ ଜାଣି ନାହାନ୍ତି । ସେହିଭଳି ଏହି ଗ୍ରାମରେ ମା’ଙ୍କ ଆଶୀର୍ବାଦରୁ କେହି ବେକାରୀ ନାହାନ୍ତି କିଛି ନା କିଛି ରୋଜଗାର କ୍ଷମ ଅଟନ୍ତି ।ମା’ଙ୍କ ଆଶୀର୍ବାଦ ଯୋଗୁଁ ଏହି ଗ୍ରାମର ଲୋକେ ବସନ୍ତ, ମିଳିମିଳା,କରୋନା ଭଳି ଦୁରାଃରୋଗରେ ଆକ୍ରାନ୍ତ ହୋଇ ନାହାନ୍ତି କି ମୃତ୍ୟୁ ବରଣ କରି ନାହାନ୍ତି ।କିଛି ଅସୁବିଧା ହେଲେ ମା’ଙ୍କ ପୂଜାର୍ଚ୍ଚନା କଲେ ସବୁ ମାନସିକ ପୂର୍ଣ୍ଣ ହୁଏ ।ମା’ସଵୁଵେଳେ ଶ୍ରଦ୍ଧାଳୁଙ୍କ ମନବାଞ୍ଛା ପୂରଣ କରନ୍ତି । କାର୍ଯ୍ୟକ୍ରମରେ ଝରାଡିହି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କଳ୍ପତରୁ ପରମାଣିକ, ସମାଜସେବୀ ଗୋପାଳ ବାରିକ, ଅବସରପ୍ରାପ୍ତ ରେଞ୍ଜର ତପନ ମିଶ୍ର,ପୋଖରିଆ ଗ୍ରାମ ଯୁବକ ସଂଘର ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।ବନଦୁର୍ଗା ଜାହିରାରେ ପୂଜାର୍ଚ୍ଚନା ସାରି ମା’ଙ୍କ ଭୋଗରାଗ ସେବନ କରି ଆନନ୍ଦରେ ଲୋକେ ଗାଁ କୁ ଫେରିଥିଲେ । ଗାଁ ସାରାଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଜୟ ମା’ଵନଦୁର୍ଗା,ଜୟଶ୍ରୀ ରାମ ନାରାରେ ପ୍ରକମ୍ପିତ ହୋଇଥିଲା ପୋଖରୀଆ ଗ୍ରାମ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା

Sunil Chandra Nayak

CHAITRA PARVA FESTIVAL TO BE HELD IN SAIPRIYA NAGAR

masiha

୧୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ବିଶାଳ କଳସ ଯାତ୍ରା

masiha

Leave a Comment

error: Content is protected !!