ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ରାମ ନବମୀ ପାଳିତ

ତେନ୍ତୁଳିଖୁଣ୍ଟି,୩୦/୩/୨୩: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପାଳିତ ହୋଇଛି ରାମନବମୀ ।ଏହି ବିଦ୍ୟାଳୟ ର କୁନିକୁନି ଛାତ୍ରଛାତ୍ରୀ ମାନେ ରାମ,ସୀତା ଭେଶରେ ସାଜସଜ୍ଜା ହୋଇ ଖାତିଗୁଡା ନିକଟସ୍ଥ ଗୋପାଳ ଶ୍ରୀକ୍ଷେତ୍ର ମନ୍ଦିର ପର୍ଯ୍ୟନ୍ତ ନଗର ପରିକ୍ରମା କରିଥିଲେ । ଅନ୍ୟ ପଟେ ସରସ୍ବତୀନଶିଶୁ ବିଦ୍ୟାମନ୍ଦିରରେ ରାମ ନବମୀକୁ ନେଇ ଏକ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପି.ବାରଙ୍ଗପଦର ପଞ୍ଚାୟତର ସମିତି ସଭ୍ୟା ସୁକାନ୍ତି ମହାନ୍ତି ଯୋଗଦେଇଥିଲେ । ମିନତି ନାୟକ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଭାପତି ସୁରେନ୍ଦ୍ରନାଥ ରାଉତ,ସମ୍ପାଦକ ବିମଳ କୁମାର ବେହେରା,କୋଷାଧ୍ୟକ୍ଷ ମନୋଜ ମହାପାତ୍ର,ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ରାମଙ୍କ ଉପରେ ବାର୍ତ୍ତା ଦେଇଥିଲେ ।ଅନ୍ୟ ପଟେ ଖାତିଗୁଡା ମାର୍କେଟରେ ୟୁଥଗ୍ରୁପ ତରଫରୁ ପଥଚାରୀ ଙ୍କୁ ପଣା ଦେବା କାର୍ଯ୍ୟକ୍ରମ କରାଯାଇଥିଲା । ଦିଗି ସଲପା ଠାରୁ ଖାତିଗୁଡା ମାର୍କେଟରେ ଜୟ ଶ୍ରୀ ରାମ ଧ୍ୱନିରେ ବାଇକ ରାଲିରେ ପହଞ୍ଚି ଥିଲେ ପାକା ଦିଗିସଲପିଆ ଗ୍ରୁପ ।ଅନ୍ୟ ପଟେ ତେନ୍ତୁଳିଖୁଣ୍ଟି ରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବାଇକ ଯୋଗେ ବାହାରି କେନ୍ଦୁଗୁଡା,ଖଣ୍ଡିଆଗୁଡା,ଚରାମୁଲା, ଖାତିଗୁଡା ପହଞ୍ଚି ପୂଜାରୀଗୁଡା ପର୍ଯ୍ୟନ୍ତ ଜୟ ଶ୍ରୀରାମ ଧ୍ୱନିରେ ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ପାପ ମୋଚନୀ ଏକାଦଶୀ ପାଳିତ

masiha

ଗୋତୋମୁଣ୍ଡା ଠାରେ ମା ସର୍ଵ ମଙ୍ଗଳାଙ୍କ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା : ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

Sunil Chandra Nayak

Leave a Comment

error: Content is protected !!