ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ଉତ୍କଳ ଦିବସ ପାଳିତ

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିସରରେ ପରିଚାଳନା କମିଟିର ସଭାପତି ଇଞ୍ଜିନିୟର ପ୍ରିୟବ୍ରତ ସିପକା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ରୋହିତ ତାଣ୍ଡି , ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ କୁମାର ପରିଡ଼ା ତଥା ବିଦ୍ୟାଳୟରେ ଅଧ୍ୟୟନରତ ଶତାଧିକ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ସ୍ଥାନୀୟ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧ୍ୟକ୍ଷ ଅମର ନାଏକ ଉତ୍କଳ ଦିବସ ପାଳନର ମହତ୍ତ୍ଵ ବିଷୟରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉପାଧ୍ୟକ୍ଷା ଅଳକା କେଶରୀ ଓ ଶିକ୍ଷକ ଗୁଣନିଧି ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ବିଜୟୀ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ଫେନ୍ସି ଡ୍ରେସ୍ ଓ ଉତ୍କଳୀୟ ପରମ୍ପରା ସମ୍ପର୍କିତ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଶିକ୍ଷକ ବିରେନ୍ଦ୍ର ସେନାପତି, ଲକ୍ଷ ରାଉତ, ,ଶମ୍ଭୁନାଥ ମେହେର, ଦେବେନ୍ଦ୍ର ନାଏକ, ରାଜେଶ ସା, ଦେବାଶିଷ ତେଜି, ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା , ସନ୍ଧ୍ୟାରାଣୀ ଖମାରୀ , ସସ୍ମିତା ସାଗର, ଲୋପାମୁଦ୍ରା ରାଉତ, ବିକାଶ ମଙ୍ଗରାଜ, ନରୋତ୍ତମ ଭାଟି , ହର୍ଷବତୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଜନିତ ଟଙ୍କା ନ ଦେବାରୁ ମାଳିକଙ୍କ ଗାଡି ଅଟକ ରଖିଲେ ପିଡିତ ପରିବାର ଓ ଗ୍ରାମବାସୀ

masiha

ସମାଜ ରିଲିଫ କମିଟି ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା

masiha

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ 

masiha

Leave a Comment

error: Content is protected !!