ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

ଗୋଳାମୁଣ୍ଡା/୦୧/୦୪/ନିର୍ଭୟ,ଓ ନିରପେକ୍ଷମସିହା // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଅପ୍ରିଲ ପ୍ରଥମ ଦିନରେ ଗୋଲାମୁଣ୍ଡା ପୋଲିସ ରମଣୀ ରଂଜନ ଦଳାଇ ଓ କେଗାଁ ପୋଲିସ ପ୍ରଶାନ୍ତ କୋଲହର୍ଷ ଙ୍କ ନେତୃତ୍ୱରେ ଯାନବାହାନ ଉପରେ କଡା କଡ଼ି ଭାବେ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।ଅଧିକାଂଶ ଗାଡିର ରୋଡ଼ ପରମିଟ ,  ଫିଟନେସ ଓ ଇନ୍ସୁରେନ୍ସ ନ ଥିବାରୁ ଦିନକୁ ଦିନ ଦୁର୍ଘଟଣା ବଢୁଥିବା ଦେଖି ଓଡିଶା ସରକାରଙ୍କ ପରିବହନ ବିଭାଗ ଗାଡି ଚାଳକଙ୍କ ପ୍ରତି ନୂଆ ନିୟମ ଲାଗୁ କରିଛି । ଗାଡି ହେଲମେଟ ନ ଥିଲେ ପୋଲିସ ଚେକିଙ୍କ୍ ମାଧ୍ୟମରେ ଆଦାୟ ହେଉଛି ଜୋରିମାନା । ସାଧାରଣତଃ ହେଲମେଟ,ଡିଏଲ୍,ରୋଡ଼ ପରମିଟ ଓ ଫିଟନେସ ଚେକିଙ୍କ୍ ସହ ୧୮ ବର୍ଷ ରୁ କମ ବୟସ୍କ ଚାଲକଙ୍କ ବିରୁଦ୍ଧରେ କଡ଼ା କଡ଼ି ନିୟମ ଲାଗୁ କରିଥିବା ବେଳେ ମଦ ପିଇ ଗାଡି ଚଳାଇବା ଉପରେ ମଧ୍ୟ ଗୁରୁତର ଦିଆଯାଇଛି ।ମଦ୍ୟପାନ କରି ଯାନବାହାନ ଚଲାଇବା ଦଣ୍ଡନୀୟ ଅପରାଧ । ଏ ନେଇ ଗୋଲାମୁଣ୍ଡା ଓ କେଗାଁ ପୋଲିସ କଢ଼ା କଢି ଚେକିଙ୍ଗ କରୁଛି,କେଗାଁ ପକ୍ଷରୁ ଭାଟିପଡା ଠାରେ ସବ ଇନ୍ସପେକ୍ଟର ମେଘ ରାଏ ହାସଦା ଓ ଅନ୍ୟାନ୍ୟ ଷ୍ଟାଫ ଉପସ୍ଥିତ ରେ କଡା ଚେକିଂଗି ଥିଲା ସମସ୍ତ କାଗଜପତ୍ର ନ ଥିଲେ ମୋଟା ଅଙ୍କର ଫାଇନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଶିବ ଚରଣ ଵୋଇତି ସେବା ସମ୍ମାନ ପାଇଲେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ ଘନଶ୍ୟାମ ବିଶ୍ୱାସ

masiha

ନିମ୍ନ ମାନର ହମ୍ସ 

Sunil Chandra Nayak

ଜନଜାତିୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!