ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ୮୮ତମ ଓଡ଼ିଶା ଦିବସ

ସମୃଦ୍ଧ ଓଡିଶାର ସଂକଳ୍ପ ନେଇ ଭାଷା ଓ ସଂସ୍କୃତିର ପ୍ରସାର କ୍ଷେତ୍ରରେ ପ୍ରୟାସ ଜାରି ରଖିବା ପ୍ରତ୍ୟେକ ଓଡ଼ିଆ ର ନୈତିକ କର୍ତ୍ତବ୍ୟ ବୋଲି ଧର୍ମଗଡ ଠାରେ ୮୮ତମ ଓଡ଼ିଶା ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ଉତ୍ସବ ପଡିଆ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, ଆଇଏଏସ ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ପ୍ରତାପ କିଶୋର ମୁଣ୍ଡ ମୁଖ୍ୟ ବକ୍ତା, ସହାୟକ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ଶବର, ତହସିଲଦାର ଶ୍ରୀ ହରେକୃଷ୍ଣ ବରିହା, ଗୋଷ୍ଟି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠୀ,ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଯେଉଁ ମହା ପୁରୁଷ ମାନଙ୍କ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ ଓ ବଳିଦାନ ବଳରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ପରିଣତ ହେଲା ସେହି ମହା ପୁରୁଷ ମାନଙ୍କ ସ୍ମୃତି ଚାରଣ କରି ଓଡ଼ିଆ ଭାଷା, ଓଡ଼ିଆ ଜାତି ଓ ସଂସ୍କୃତିର ବିକାଶ ଉପରେ ଆଲୋଚନା କରିଥଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥଲେ।ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମାଧବ ଲହଜଲ ଧନ୍ୟବାଦ ପ୍ରଦାନ କରିଥଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭଗର ଅଧିକାରୀ,ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

masiha

ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ

Sunil Chandra Nayak

Leave a Comment

error: Content is protected !!