ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୯ ମ ଆଇଆରବି, ଜାରିଙ୍ଗ ଠାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଜୁନାଗଡ଼ ,୧/୪(ମ ନି ସ) ଉତ୍କଳ ଦିବସ ତଥା ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ କଳାହାଣ୍ଡି ଜାରୀଙ୍ଗ ସ୍ଥିତ ନବମ ସ୍ୱତନ୍ତ୍ର ଭାରତୀୟ ରିଜର୍ଭ ବାଟାଲିୟନ ଦ୍ୱାରା ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ବାଟାଲିୟନ କମାଣ୍ଡେଣ୍ଟ ଅକ୍ଷୟ କୁମାର ନାୟକଙ୍କ ପ୍ରତକ୍ଷ୍ୟ ତତ୍ୱବଧାନରେ ପ୍ୟାରେଡ଼ ପଡିଆ ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପଦ୍ମଶ୍ରୀ ପଟାୟତ ସାହୁ, ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲ, ତହସିଲଦାର ଶୁଭଦୀପ୍ତା ମହାନ୍ତି, ପ୍ରକୃତ ବନ୍ଧୁ ଯତୀନ୍ଦ୍ର କର,ତଳଜାରିଙ୍ଗ ସମିତି ସଭ୍ୟ ପ୍ରମୁଖ ଯୋଗଦେଇଥିଲେ। ସାମାଜିକ ସୁରକ୍ଷା ଦେବାରେ ପୋଲିସ ବାହିନୀର ଭୂମିକା ଓ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ଏହି ବାହିନୀ ସବୁବେଳେ ନିଜର କର୍ତବ୍ୟ ସୁଚାରୁରୂପେ ସମ୍ପାଦନା କରିବାର ଆବଶ୍ୟକତା ରହିଛିବୋଲି କମାଣ୍ଡେଣ୍ଟ ଅକ୍ଷୟ କୁମାର ନାୟକ ପ୍ରକାଶ କରିଥିଲେ। ସାଧାରଣ ଲୋକ ମାନଙ୍କର ଜୀବନ ,ଧନ ସୁରକ୍ଷା ସହ ସାଧାରଣ ଲୋକ ପୋଲିସ ର ସହାୟତା ଓ ସମ୍ଭାନ ପାଇପାରିବା ସହ ଏଥିନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ ଅଛି ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ। ସୁରକ୍ଷା ବଳ ଦ୍ୱାରା ପ୍ୟାରେଡ଼ ପ୍ରଦର୍ଶନ ତୋପ ସଲାମୀ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ

masiha

ବାସିଙ୍ଗିରେ ମଙ୍ଗଳା ପୂଜା ଉପଲକ୍ଷେ ଝୁମର ପ୍ରୋଗ୍ରାମ

masiha

ସ୍କୁଲ ପାଚିକା ପ୍ରସଙ୍ଗ –  ଶିକ୍ଷା କମିଟିର ଆଭ୍ୟନ୍ତରୀଣ ବ୍ୟାପାର , ବାହ୍ୟଶକ୍ତି ପ୍ରୟୋଗ ତଦନ୍ତକୁ ଭଣ୍ଡୁର କରିବା ଅପଚେଷ୍ଟା ବିଫଳ

Sunil Chandra Nayak

Leave a Comment

error: Content is protected !!