ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାହୁଲ ଗାନ୍ଧିଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି : ନର୍ଲା ବ୍ଲକ କଂଗ୍ରେସ ସଭାପତି

ନର୍ଲା କଂଗ୍ରେସର ପ୍ରେସମିଟ 

ନର୍ଲା/ମସିହା /01/04/23 // କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ବିରୋଧ କରିଛି l ଏ ନେଇ ନର୍ଲା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନର୍ଲା ଅନିଧ୍ୟା ଲଜରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ ବିଜେପି ସରକାର ରାହୁଲ ଗାନ୍ଧିଙ୍କୁ ଭୟ କରୁଥିବା କହିଛନ୍ତି l ରାହୁଲ ଗାନ୍ଧିଙ୍କ ସ୍ୱରକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ଏବଂ ଆଦାନୀ – ମୋଦିଙ୍କ ସମ୍ପର୍କକୁ ଖୁଲାସା ନକରିବା ପାଇଁ ରାହୁଲଙ୍କ ବିରୋଧରେ ବିଜେପି ସରକାର ଷଡଯନ୍ତ୍ର ରଚିଥିବା କହିଛନ୍ତି l ଏହାକୁ କଂଗ୍ରେସ ସମ୍ପୂର୍ଣ ଭାବେ ବିରୋଧ କରୁଛି l ଆଗାମୀ ଦିନ ରେ ଦେଶବାସୀ ଏହାର ଦୃଢ଼ ଜବାବ ଦେବେ ବୋଲି କହିଛନ୍ତି l ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରଜନୀ କୁମାର, ବ୍ଲକ ଉପ ସଭାପତି ସୁଦାମ ପଧାନ, ପୂର୍ବତନ ସରପଞ୍ଚ ବଳରାମ ମାଝୀ, ଦାମୋଦର ରଣା, ଯୁବ ସଭାପତି ଦୀପୁ ପାତ୍ର ନିତିନ ବାଗ ପ୍ରମୁଖ ଉପସ୍ଥିତ ଥିଲେ l

ନର୍ଲା ରୁ ଦୀପକ ଠାକୁରଙ୍କ ରିପୋର୍ଟ 

Related posts

ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ବିୟୋଗରେ ଝରିଗାଁ ରେ ଶୋକସଭା ଅନୁଷ୍ଠିତ

Sunil Chandra Nayak

କାମାକ୍ଷାନଗରରେ ବିଜେପିର ପ୍ରେସମିଟ୍ 

ନାଲାରୋଡ କ୍ରୋଏସୀ ମହଲ୍ଲା ମହରମ କମିଟି ତରଫରୁ ବିଜେଡି ପ୍ରାର୍ଥୀ ସରଦାଙ୍କୁ ବିପୁଳ ସମ୍ବର୍ଧନା ଓ ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!