ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରା ବ୍ଲକର ପ୍ରତି ପଞ୍ଚାୟତରେ ବିଜେଡି ଜିଲ୍ଲା ସଭାପତିଙ୍କ ଦଲୀୟ କର୍ମୀଙ୍କୁ ଗୁରୁମନ୍ତ୍ର

କୋକସରା,୨/୦୪- ଆଗକୁ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଥିବା ବେଳେ ଶାସକ ଦଳ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ପାଇଁ ସଜବାଜ ଯୋର ଧରିଥିବା ଦେଖିବାକୁ ମିଳିଛି। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକର ପ୍ରତି ପଞ୍ଚାୟତର ବିଜେଡି ଦଲୀୟ କର୍ମୀଙ୍କ ସହ ନିର୍ବାଚନ ପ୍ରସ୍ତୁତିକୁ ନେଇ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଓ ଦଲୀୟ କର୍ମକର୍ତ୍ତାଙ୍କ ସହ ପ୍ରତି ପଞ୍ଚାୟତରେ ବୈଠକ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। କୋକସରା ବ୍ଲକ ୨୨ ପଞ୍ଚାୟତ ରହିଥିବା ବେଳେ ୩ ଗୋଟି ଜିଲ୍ଲା ପରିଷଦ ଆସନ ରହିଛି। ଶନିବାର ଜିଲ୍ଲା ବିଜେଡି ସଭାପତି କୋକସରା ଓ ଆମପାଣି ଯୋନର ଡୁଡୁକାଠେଙ୍ଗା, ଗୋତୋମୁଣ୍ଡା ଠାରେ ୱାର୍ଡ଼ କମିଟି ଗଠନ ପାଇଁ ଦଲୀୟ କର୍ମୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି। ଏହାସହ କେଉଁ ପଞ୍ଚାୟତର କେଉଁ ଗାଁରେ କଣ ସମସ୍ୟା ରହିଛି ତାର ସମାଧାନ କେମିତି ହେବ ସେନେଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ ପୂର୍ବରୁ ଏହା ଶାସକ ଦଳର ପୂର୍ବ ପ୍ରସ୍ତୁତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଆଜି ଜିଲ୍ଲା ସଭାପତିଙ୍କ ସହ ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଅଶୋକ ପୁଝାରି, ସୁରେଶ ସାହୁ, ବିନୋଦ ସିଂ, ଖଗେଶ୍ବର ପାଣିଗ୍ରାହୀ, ହେମନ୍ତ ଯାଦବ ପ୍ରମୁଖ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମାଣିକପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ଘଣ୍ଟାପଡ଼ା ରେ ଫୁଲବାଣୀ ଲୋକସଭା ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ପାଇଁ ଭୋଟ ପ୍ରଚାର କଲେ ରାଜ୍ୟସଭା ସାଂସଦ 

masiha

ଯୁବ ନେତା ଦ୍ବାରିକା ମହାପାତ୍ର ହେଲେ ପ୍ରଚାର କମିଟି ଅଧକ୍ଷ 

masiha

Leave a Comment

error: Content is protected !!