ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ ଏଫ.ଏଲ.ଏନ ମୋଡେଲ ସ୍କୁଲ କୋଠରୀ ଉଦଘାଟନ

କୋକସରା,୨/୦୪- ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବୃଦ୍ଧିରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ମୌଳିକ ସାକ୍ଷରତା ଓ ସଂଜ୍ଞା ଜ୍ଞାନ ଏଫ.ଏଲ.ଏନ ଆଦର୍ଶ ବିଦ୍ୟାଳୟ କୋଠରୀ ନିର୍ମାଣ କରାଯାଇଛି।।କୋକସରା ବ୍ଲକର ସଦର କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏଫ.ଏଲ.ଏନ ମୋଡେଲ ସ୍କୁଲ କୋଠରୀକୁ ଶନିବାର ଉଦଘାଟନ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଦେବା ସହ ସ୍ୱାଗତ ସଙ୍ଗିତ ଗାନ କରିବା ପରେ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗର ବିଆରସିସି ତୋଫାନ ମାଝୀଙ୍କ ସଭାପତିତ୍ୱରେ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ରଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଅଚ୍ୟୁତାନନ୍ଦ ମଲିକ, ସମ୍ମାନିତ ଅତିଥି ଭାବେ ପ୍ରଶିକ୍ଷିକା ମମିତା ଦୋରା, ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାୟକ ଉପସ୍ଥିତ ରହି ପ୍ରଥମ ରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ମାନସିକ ବିକାଶ କ୍ଷେତ୍ରରେ ଏଫ.ଏଲ.ଏନ ସ୍କୁଲରେ ରହିଥିବା ଶୈକ୍ଷିକ ପରିବେଶ ପିଲା ମାନଙ୍କୁ ପଢିବା ପାଇଁ ଆଗ୍ରହ ବୃଦ୍ଧି ପାଇବ ବୋଳି ମତ ଦେଇଥିଲେ। ଏହି ଅବସରରେ ଛାତ୍ରୀ ମାନେ ନାଚ ଓ ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସିଆରସିସି ପ୍ରଶାନ୍ତ କୁମାର ଶବର କରିଥିବା ବେଳେ ସିଆରସିସି ସୁମନ୍ତ ପ୍ରସାଦ ଠାକୁର, ଈଶ୍ୱର ନାଏକ, ଅଜୟ କୁମାର ମାଝୀ, ଯତୀନ୍ଦ୍ର ମୋହନ ସାହୁ, ଗୋବର୍ଦ୍ଧନ ବେମାଲ, ଶିକ୍ଷକ ମୁରଲୀଧର ମାଝୀ, ଶିକ୍ଷୟିତ୍ରୀ ରୁନି ନାଏକ, ଗୀତାଞ୍ଜଳି ଶବର, ଉପସ୍ଥିତ ରହି ସହଯୋଗ କରିଥିଲେ। କୋକସରା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଲୁହାଶିଳା ଆର.କେ. କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ

masiha

ଧର୍ମଗଡ ଉପଖଣ୍ଡ ରେ ଡାକ୍ତର ନିଯୁକ୍ତି ଦାବୀ

masiha

Leave a Comment

error: Content is protected !!