ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ପରଲୋକ

କୋକସରା,୩/୦୪- କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଆନନ୍ଦ ରାମ ସୁନାନୀ(୫୨) ଙ୍କ କିଡନୀ ଜନିତ ରୋଗରେ ପରଲୋକ ହୋଇଛି। ସେ ଗତ ବର୍ଷ ଜୁନ ମାସରୁ ଡୁଡୁକାଠେଙ୍ଗା ପଞ୍ଚାୟତରେ ପିଇଓ ଭାବେ ଯୋଗ ଦେଇଥିଲେ। ତେବେ ରବିବାର ତାଙ୍କର ନିଜସ୍ୱ ଗାଁ ଗୋଲାମୁଣ୍ଡା ବ୍ଲକ ମାନଝରି ଘରେ ପରଲୋକ ଘଟିଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ସେ ଜଣେ ମେଳାପୀ ଓ କର୍ମଠ କର୍ମଚାରୀ ଥିଲେ। ପିଇଓ ଙ୍କ ବିୟୋଗରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ସମିତି ସଭ୍ୟା ପାର୍ବତୀ ବାଗ, ନାଏବ ସରପଞ୍ଚ ଖଗେଶ୍ବର ବାଣୁଆ, ଗ୍ରାମ ରୋଜଗାର ସେବକ ଶିଵରାମ ଗହୀର, ଯୋଗାଣ ସହାୟକ ଚନ୍ଦ୍ରମଣି ବେଶ୍ରା ଓ ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟା ମାନେ ଶୋକ ପ୍ରକାଶ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ବିନା ସୂଚନା ଫଳକ ରେ ଚାଲିଛି କାମ ,  ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ

masiha

ଜଳେଶ୍ୱର ବିଡିଓଙ୍କ କାର୍ଯ୍ୟାଳୟରେ ଗାଳି ଗୁଲଜ କରିବା ଓ ଧମକ୍ ଦେବା ଅଭିଯୋଗରେ ୩ ଜଣକ ନାମରେ ଥାନାରେ ମାମଲା ରୁଜୁ

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

masiha

Leave a Comment

error: Content is protected !!