ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ମୟୂରଭଞ୍ଜ -୩/୪ (ମସିହା)ମୟୂରଭଞ୍ଜ ଜିଲ୍ଲାର ଵହଳଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଭୁରୁଷା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ମହାନ୍ତ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ବହଳଦା ବ୍ଲକ ଗମ୍ଭାରୀଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗମ୍ଭାରୀଆ ଆଞ୍ଚଳିକ ସାଧନାକେନ୍ଦ୍ର ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବ୍ରହ୍ମଣ ବୋଷ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବ ନନ୍ଦନ ମହାନ୍ତ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବରେ ଗମ୍ଭାରୀଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ବେହେରା,ସମ୍ମାନୀୟ ଅତିଥି ଭାବରେ ଏବିଇଓ ସୁଜାତା କର ମହାପାତ୍ର ତଥା ଆଶିଷ କୁମାର ମହାନ୍ତି ସିଆରସିସି ଗମ୍ଭାରୀଆ, ଶିକ୍ଷକ ଚୁଡାମଣି ବେହେରା,ବିଶ୍ୱଜିତ ମିଶ୍ର,ସମାଜସେବୀ ତରଣୀସେନ ମହାନ୍ତ,ଉଦିତ କୁମାର ମହାନ୍ତ ପ୍ରଭୁତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଶିକ୍ଷକତା ଜୀବନରେ କିପରି ଛାତ୍ରଛାତ୍ରୀ ଙ୍କ ସହିତ ନିଜର ସହକର୍ମୀଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ସେ ବିଷୟରେ ନିଜର ଅନୁଭୂତି ପ୍ରକାଶ କରିବା ସହିତ ଆଗାମୀ ଜୀବନ କିପରି ସୁଖ ଶାନ୍ତିରେ କଟିବ ସେ ନେଇ ଶୁଭେଛା ଜଣାଇଥିଲେ।ଏହି ଅଵସର ରେ ତାଙ୍କୁ ଫୁଲତୋଡା,ଉତ୍ତରୀୟ ସହିତ ଉପହାର ମାନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ପ୍ରେମାନଦ ମହାନ୍ତ ୧୯୯୦ମସିହାରେ ବହଳଦା ବ୍ଲକ କାଙ୍କି ପ୍ରାଥମିକ ବିଦ୍ୟାଳୟରେ ନିଜର ଶିକ୍ଷକତା ଆରମ୍ଭ କରି ପରେ ପରେ ଗମ୍ଭାରୀଆ, ପାଣ୍ଡରଶିଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ ଅଉଁଳାଯୋଡି ଆଞ୍ଚଳିକ ସାଧନା କେନ୍ଦ୍ର ର ସିଆରସିସି ତଥା ଯଦୁନାଥ ପୁର,କୁମ୍ଭୀରଦା ରେ ମଧ୍ୟ ଶିକ୍ଷାଦାନ କରି ଛାତ୍ରଛାତ୍ରୀ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ।ଏହି ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶୁଣ୍ଢଲ ଗ୍ରାମର ଡ୍ରାମା ଗାଳି ନୃତ୍ୟକୁ ଉପସ୍ଥିତ ଅତିଥିମାନେ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେହୀରା, ତ୍ରିନାର୍ଥ, ଶମ୍ଭୁ, ସାଗର,ପୁଟୁ, ବିକାଶ ,ଶିବ ପ୍ରଭୁତିଙ୍କ ସହଯୋଗ ରହିଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ

Sunil Chandra Nayak

ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳ ରେ ଖଡିଆଳ ବିଧାୟକ 

Sunil Chandra Nayak

ଧର୍ମଗଡ କୋର୍ଟ ପରିସରରେ ୭୫ତମ ସମ୍ବିଧାନ ଦିବସ ପାଳିତ

masiha

Leave a Comment

error: Content is protected !!