ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେ କେ କାଗଜ କଳ , ରାୟଗଡା ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ସିଏସଆର ଆୱାର୍ଡ ରେ ସମ୍ମାନିତ

ଜେ କେ କାଗଜ କଳ , ରାୟଗଡା ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ସିଏସଆର ଆୱାର୍ଡ ରେ ସମ୍ମାନିତ

 ରାୟଗଡା ଜେ କେ ପ୍ରତିଷ୍ଠାନ ଅଧୀନ ରେ ଥିବା ଜେକେ କାଗଜକଳ, ରାୟଗଡା ୟୁନିଟ କୁ ନୂଆ ଦିଲ୍ଲୀ ଠାରେ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ଦ୍ୱାରା ଜାତୀୟ ସ୍ତର ର ଦୁଇଟି ପୁରସ୍କାର ରେ ପୁରସ୍କୃତ କରାଯାଇଅଛି | ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ର ବିଚାରକ ମଣ୍ଡଳୀ ଦ୍ୱାରା ବିଜେତା ଘୋଷଣା କରାଯିବ| ସହ ପୁରସ୍କୃତ କରାଯାଇଛି | 

 ଜେ କେ କାଗଜ କଳ, ରାୟଗଡା ର ଲୋକସମ୍ପର୍କ ଓ ପରିପାର୍ଶ୍ଵିକ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ମୃତିରେଖା କର ଅଂଶ ଗ୍ରହଣ କରି ଗ୍ରୀନଟେକ ୧୧ ତମ ସିଏସଆର ଆୱାର୍ଡ ଗ୍ରହଣ କରିଥିଲେ | ସେହିପରି ପରିବେଶ , ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ବିଭାଗର ବରିଷ୍ଠ ମହା ପ୍ରବନ୍ଧକ ଶ୍ରୀଯୁକ୍ତ ସତ୍ୟଜିତ ମହାନ୍ତି ଯୋଗ ଦେଇ ଗ୍ରୀନଟେକ ପରିବେଶ ସୁରକ୍ଷା ଆୱାର୍ଡ ଗ୍ରହଣ କରିଥିଲେ | 

 ଜେ କେ କାଗଜ କଳ ର କାର୍ଯ୍ୟ ନିର୍ବାହୀ ଉପ ସଭାପତି ଶ୍ରୀଯୁକ୍ତ ବିନୟ ଦ୍ବିବେଦୀ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଦର୍ଶାଇଥିଲେ ଯେ ଜେ କେ କାଗଜ କଳ ଏହାର ନିରନ୍ତର ସମାଜ ବିକାଶ , ପରିବେଶ ସୁରକ୍ଷା କାର୍ଯ୍ୟ କୁ ଜାରି ରଖିବା ସହିତ ଏହି ଜାତୀୟ ସ୍ତରର ପୁରସ୍କାର ଆଗକୁ ଆହୁରି ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଆମକୁ ପ୍ରେରଣା ଯୋଗାଇବ | 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମିନି ଷ୍ଟାଡିୟମ ସାମ୍ନା ମୁକ୍ତ ସ୍ଥାନରେ ସୋସିଆଲ ହୋମ ହେଉ.

Sunil Chandra Nayak

ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ 

masiha

Leave a Comment

error: Content is protected !!