ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା 

ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା 

ନବରଙ୍ଗପୁର:( ତା ୧୬.୬.୨୦୨୫)(ରବି ନାରାୟଣ ମହାନ୍ତି) ସମସ୍ତ ପ୍ରକାର ବୃତ୍ତି ଓ କାର୍ଯ୍ୟରେ ଶିଶୁ ଶ୍ରମିକ ନିରାକରଣ କରିବାପାଇଁ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଆଜି ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ( ରେଭିନୁ) ବିଶ୍ବଜିତ ବର୍ମନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାଟି ନବରଙ୍ଗପୁର ସହରର ଆମ୍ବେଦକର ଛକରୁ ଆରମ୍ଭ ହୋଇ ଚାଉଁରିୟାଗୁଡା ଛକ ପର୍ଯ୍ୟନ୍ତ କୌଣସି କର୍ମ, ବ୍ୟବସାୟିକ, ବୃତ୍ତି ରେ ୧୫ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁ ଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନ କରିବାକୁ ଏବଂ ୧୫ ରୁ ୧୮ ବର୍ଷ ବୟସ ର କିଶୋର ଙ୍କୁ ବିପଦ ସଂକୁଳ ବୃତ୍ତିରେ ନିୟୋଜନ ନ କରିବା ଉପରେ ବିଭିନ୍ନ ସ୍ଲୋଗାନ ପୋଷ୍ଟର ଓ ପ୍ରଚାର ପତ୍ରିକା ମାଧ୍ୟ୍ୟମରେ ସାଧାରଣ ଲୋକ ତଥା ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା।ଏହି ସଚେତନତା ଶୋଭାଯାତ୍ରା ରେ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ୍ୟା ଅଜନ୍ତା ସୁଭଦର୍ଶିନୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ବିଭିନ୍ନ ଶ୍ରମିକ ସଂଘ ର କର୍ମକର୍ତ୍ତା ପରମେଶ୍ୱର ବିଶୋଇ, ଖଗେଶ୍ୱର ବିଶୋଇ, ବେସରକାରୀ ସଂଘ ର ସଦସ୍ୟ ଉମା ସତନାମୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରୋଜେକ୍ଟ ଏସୋସିଏଟ, ପ୍ରଭାସିନୀ ପଟ୍ଟନାୟକ ଓ ଅନ୍ୟ ଟ୍ରେଡ ୟୁନିଅନ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସୁଜିତ ହିଆଲ, ସାହିଲ ଭତରା, ସଲମାନ ନାଗ, ବିପିନ ନାଗ, ଦେବରାଜ ଗୌଡ଼ ଓ ଟ୍ରେଡ ୟୁନିଅନ ସଭ୍ୟ/ସଭ୍ୟାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବରିଷ୍ଠ ସମାଜସେବୀ ଅର୍ଜୁନ ଚାନ୍ଦ ବିୟୋଗ

Sunil Chandra Nayak

ସାମାଜିକ ବିକାଶ ପାଇଁ ଇ ଟି ପି ଏ ଫାଉଣ୍ଡେସନ୍ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକ୍ରମ ଅୟୋଜିତ

masiha

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

masiha

Leave a Comment

error: Content is protected !!