ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଙ୍କୁ ମିଳିଲା ରାଜ୍ୟ କୃତୀ ଶିକ୍ଷକ ସମ୍ମାନ

ରାଉରକେଲା/୮୮ତମ ଉତ୍କଳ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଧାନଶିକ୍ଷୟିତ୍ରୀ ବିଜୟିନୀ ଜେନା ଙ୍କୁ ରାଜ୍ୟ କୃତୀଶିକ୍ଷକ ସମ୍ମାନ -୨୦୧୭ ପାଇଁ ପୁରସ୍କୃତ ଏବଂ ସମର୍ଦ୍ଧିତ କରାଗଲା l ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ସ୍ବାକ୍ଷର ବିଶିଷ୍ଟ ପ୍ରମାଣପତ୍ର ସହ ଉପଢୌକନ ଏବଂ ୨୫ହଜାର ଟଙ୍କା ଆର୍ଥିକ ପୁରସ୍କାର ଜିଲ୍ଲାପାଳ, ସୁନ୍ଦରଗଡ଼ ଡ଼. ଗାଭଲି ପରାଗ ହର୍ଷଦ ପ୍ରଦାନ କରିଥିଲେ l ପୁରସ୍କୃତ କରିବା ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷା କୁନ୍ତୀ ପ୍ରଧାନ,ତଥା ବହୁ ମାନ୍ୟଗଣ୍ୟ ପଦସ୍ଥ କର୍ମଚାରୀ ଉପସ୍ଥିତ ଥିଲେ l ଶ୍ରୀମତୀ ଜେନା ପିତା ସ୍ବର୍ଗତ ଶିବ ଚରଣ ଜେନା, ମାତା ସ୍ବର୍ଗତ ନିର୍ମଳା ଜେନା ଙ୍କ ଜ୍ୟେଷ୍ଠା କନ୍ୟା ଅଟନ୍ତି l ୧୯୬୨ମସିହା ପବିତ୍ର ଉତ୍କଳ ଦିବସ ରେ ଜନ୍ମିତ ଶ୍ରୀମତୀ ଜେନା ନିଜର ୧୯୮୩ ମସିହାରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ l

ଛାତ୍ରବତ୍ସଳା ଶିକ୍ଷୟିତ୍ରୀ ଭାବେ ନିଜର ୩୯ବର୍ଷ ର ଶିକ୍ଷକତା ଭିତରେ ସହକାରୀ ତଥା ପ୍ରଧାନ ଶିକ୍ଷୟିତ୍ରୀ ଭାବେ ବିଶ୍ରା ବ୍ଲକ ତଥା ରାଉରକେଲା ପୌରାଞ୍ଚଳ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରଘୁନାଥପାଲ୍ଲୀ, ପାନପୋଷ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରିଜର୍ଭ ପୋଲିସ ଲାଇନ ଠାରେ ନିଜ କାର୍ଯ୍ୟ ଦକ୍ଷତା ର ଛାପ ଛାଡିଯାଇଛନ୍ତି l ଅନେକ ଛାତ୍ର ଛାତ୍ରୀଙ୍କୁ ଆଦର୍ଶ ରୂପେ ଗଢି ତୋଳିଛନ୍ତି ଏବଂ ସାଧନ କର୍ମୀ ଭାବେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମାର୍ଗଦର୍ଶକ ସାଜିଛନ୍ତି lପେଶା କୁ ନିଶା ଭାବରେ ଗ୍ରହଣ କରିଛନ୍ତି ଓ ସାରସ୍ୱତ ସାଧନା ରେ ମଧ୍ୟ୍ୟ ଖ୍ୟାତି ଅର୍ଜନ କରିଛନ୍ତି l ତାଙ୍କ ର ବହୁ ଗଳ୍ପ, କବିତା, ଶିଶୁ ସାହିତ୍ୟ ବିଭିନ୍ନ ପତ୍ର ପତ୍ରିକା ରେ ସ୍ଥାନ ପାଇ ଲୋକାଦୃତ ହୋଇଛି l ବିଭିନ୍ନ ସମୟ ରେ ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ସେ ପୁରସ୍କୃତ ଓ ସମର୍ଦ୍ଧିତ ହୋଇଛନ୍ତି l ବିଦ୍ୟାଳୟ ସ୍ତର ରେ କୁନି କୁନି ପିଲାମାନଙ୍କ ର ସୃଷ୍ଟି ସର୍ଜନା କୁ ନେଇ ‘ପ୍ରୟାସ ‘ନାମକ ହାତଲେଖା ବାର୍ଷିକ ପତ୍ରିକା ବାହାର କରି ସେ ଛାତ୍ର, ଅଭିଭାବକ, ତଥା ସାହିତ୍ୟ ପ୍ରେମୀ ଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି l ସମାଜ କୁ ତାଙ୍କ ର ଅବଦାନ ଅତୁଳନୀୟ ହେତୁ ବୁଦ୍ଧିଜୀବୀ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ  

Sunil Chandra Nayak

ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ରାଇବଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ପାଳିତ

Sunil Chandra Nayak

Leave a Comment

error: Content is protected !!