ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ସାହୁଙ୍କ ଅବସର ଗ୍ରହଣ

ମୋ ସ୍କୁଲ ଅଭିଯାନରେ ଶତ ପ୍ରତିଶତ ସ୍କୁଲ କୁ ସାମିଲ କରି ଗୋଲାମୁଣ୍ଡା ବ୍ଲକ କୁ ରାଜ୍ୟରେ ଶ୍ରେଷ୍ଠ ବ୍ଲକ ଭାବେ ପରିଚିତ କରିଥିଲେ

ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ସାହୁ ଓଇଇଏସ (୧) ଅବସର ଗ୍ରହଣ କରିଛନ୍ତି। ସେ ଧର୍ମଗଡ ବ୍ଲକର ମଧ୍ୟ ଅତିରିକ୍ତ ଦାୟିତ୍ବ ରେ ଥିଲେ। ଏନେଇ ଗତ ୩୧ ତାରିଖ ଦିନ ଉଭୟ ବ୍ଲକ୍ ରେ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଗୋଲାମୁଣ୍ଡା ଓ ଧର୍ମଗଡ ବ୍ଲକ ରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଶିକ୍ଷା ସମ୍ପର୍କିତ ଯୋଜନା କୁ ସୁଚାରୁରୂପେ ପରିଚାଳନା କରି ସେ ସମସ୍ତଙ୍କ ର ପ୍ରିୟଭାଜନ ହୋଇ ପାରିଥିଲେ। ମୋ ସ୍କୁଲ ଅଭିଯାନରେ ଶତ ପ୍ରତିଶତ ସ୍କୁଲ କୁ ସାମିଲ କରି ଗୋଲାମୁଣ୍ଡା ବ୍ଲକ କୁ ରାଜ୍ୟରେ ଶ୍ରେଷ୍ଠ ବ୍ଲକ ଭାବେ ପରିଚିତ କରିଥଲେ। ପୁନଶ୍ଚ ୫ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରିତ ଯୋଜନାରେ ସକ୍ରିୟ ଭୂମିକା ଗ୍ରହଣ କରି ସମ୍ମାନିତ ହୋଇଥିଲେ। ଉଜ୍ଜଳ, ଉତ୍ଥାନ, ଏଲଆରପି, ଏଫଏଲଏନ, ପିଏଲଏ ପ୍ରଭୁତି ସରକାରୀ ଯୋଜନାର ସୁପରିଚାଳନା ଓ ସଫଳ ରୂପାୟନ କରିବା ଦିଗରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ସ୍କୁଲ ଗୁଡିକରେ ଡ୍ରପ ଆଉଟ୍ ହାର କୁ ହ୍ରାସ କରିବାରେ ତଥା ଦୁଇଟି ବ୍ଲକ ରେ ସମଗ୍ର ଶିକ୍ଷାର ରାଜ୍ୟ ସରକାର ଙ୍କ ସମସ୍ତ ଯୋଜନା କୁ ସମ୍ପୂର୍ଣ୍ଣ ସହଯୋଗ ପୂର୍ବକ ସେ ଗୁଡିକକୁ ବାସ୍ତବ ରୂପ ଦେବାରେ ସେ ଥିଲେ ବିଚକ୍ଷଣ ନାୟକ। ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟକଳାପ ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ତାଙ୍କୁ ପ୍ରଶଂସା କରୁଥିଲେ। ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ର ବିକାଶ ପାଇଁ ସମସ୍ତ ପ୍ରକାର ସରକାରୀ ବ୍ୟବସ୍ଥାକୁ ଆପଣେଇବାରେ ସେ ଥିଲେ ଏକ ଉଦ୍ୟମି ଅଧିକାରୀ।ଧର୍ମଗଡ ଠାରେ ଆୟୋଜିତ ଅବସରକାଳୀନ ସଭାରେ ପୁର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଖମାରୀ, ଅତିରିକ୍ତ ବିଇଓ ଅରୂପାନନ୍ଦ ଭୋଇ, ଶ୍ରୀ ଶିବ ପ୍ରସାଦ ସାମଲ, ସାରଙ୍ଗ ମୁଣ୍ଡ, ରାମେଶ୍ବର ନାଏକ, ନିଉ ଏନପିଏସ ସଙ୍ଘର ରାଜ୍ୟ ସଭାପତି ବଙ୍କିମ ସାଗର ପ୍ରମୁଖ ଯୋଗ ଦେଇଥିବା ବେଳେ ଗୋଲାମୁଣ୍ଡା ଠାରେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର କ୍ଷେତ୍ର ମୋହନ ମାଝୀ, ବିଶ୍ୱଜିତ ନେଗୀ, ତରଙ୍ଗ ଚଣ୍ଡି, ଲବଣୀ ନାଏକ, ଅବନୀ ପଣ୍ଡା,ଗୋଲାମୁଣ୍ଡା ଓ ଧର୍ମଗଡ ବ୍ଲକ ର ମାଧ୍ୟମିକ ଶିକ୍ଷକ ସଂଘ ର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏଵଂ ଗୋଲାମୁଣ୍ଡା ବ୍ଲକ ର ଆଞ୍ଚଳିକ ସାଧନ କେନ୍ଦ୍ରର ର ସଂଯୋଜକ ଓ ତାଙ୍କ ଅଧିନରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗୋପୀ ପଣ୍ଡା, ଅଭିରାମ ସାହୁ, ମନୋଜ ସାହୁ ପ୍ରମୁଖ ଶ୍ରୀ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥଲେ।ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ର ବିକାଶ ପାଇଁ ଶ୍ରୀ ସାହୁଙ୍କ ଅହରହ ଉଦ୍ୟମ କୁ ପୁର୍ବତନ ମନ୍ତ୍ରୀ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ପ୍ରଶଂସା କରି ତାଙ୍କର ଭବିଷ୍ୟତ ଜୀବନର ଉତ୍ତୋରତ୍ତର ମଙ୍ଗଳ କାମନା କରିଛନ୍ତି।

ଗୋଲାମୁଣ୍ଡା ବ୍ଲକ ଧାମନପୁର ଗ୍ରାମରେ ୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥବା ଶ୍ରୀ ସାହୁ ସରକାରୀ କିରାଣୀ ପଦବୀକୁ ତ୍ୟାଗ କରି ୧୯୮୮ମସିହାରେ ଧାମନପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ। ୨୦୦୮ରୁ ୨୦୧୨ ମସିହା ଯାଏଁ ସେ ସହକାରୀ ଶିକ୍ଷା ନିରୀକ୍ଷକ ଓ ୨୦୧୨ ରୁ ୨୦୧୫ ମସିହା ଯାଏଁ ଧର୍ମଗଡ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭାବେ ନିଷ୍ଠାପର ଭାବେ କାର୍ଯ୍ୟକରି ୨୦୨୧ ମସିହାରେ ଗୋଲାମୁଣ୍ଡା ଗୋଷ୍ଟି ଶିକ୍ଷା ଅଧିକାରୀ ଭାବେ ଅବସ୍ଥାପିତ ହୋଇ ଧରଗଡ ବ୍ଲକ ର ଅତିରିକ୍ତ ଦାୟିତ୍ବରେ ନିୟୋଜିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବ୍ଲକସ୍ତରୀୟ ରଜ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

masiha

ଖତିଗୁଡା ରେ ସମବାୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଓ ଋଣ କର୍ମଶାଳା

Sunil Chandra Nayak

BPUT Academic Audit Team Visits GIST, Rayagada

masiha

Leave a Comment

error: Content is protected !!