ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ରଙ୍ଗପାଣି ଗାଁ କୁ ରାସ୍ତା ନିର୍ମାଣ

ବନ୍ଧୁଗାଁ ତା,୪/୪/୨୩, କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକର ବଦଳୁଛି ତେନ୍ତୁଳିପଦର  ପଞ୍ଚାୟତ ରଙ୍ଗପାଣି ଗାଁ ର ରଙ୍ଗ । ରଙ୍ଗପାଣି ଗାଁ ର ବିକାଶ ପାଇ ହିଲଟପ୍ ରୁ ରାସ୍ତା ତିଆରି ହେବା କାମ ପ୍ରାୟତ ଶେଷ ପର୍ଯ୍ୟାୟରେ । ହିଲଟପ୍ ରୁ ରଙ୍ଗପାଣି ଗାଁ କୁ ୧୪ ଲକ୍ଷ ଟଙ୍କା ବିନିମୟରେ ତିଆରି ହେଉଛି ରାସ୍ତା ପାହାଡ କାଟି । ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ରାସ୍ତା ନଥିବାରୁ ରଙ୍ଗପାଣି ଗାଁ କୁ ରାସ୍ତା ନଥିଲା । ଲକଡାଉନ ସମୟରେ ତତ୍କାଳ ବିଡିଓ ଯଦୁମଣି ନାୟକ ,ତତ୍କାଳ ତହସିଲଦାର ଅଭିଶେଖ ଦାସ ,ବନ ବିଭାଗ ,ରାଜସ୍ବ ବିଭାଗ ପ୍ରମୁଖ ପ୍ରଶାସନିକ ଅଧିକାରୀ ଗାଁ କୁ ଭଲ ରାସ୍ତା ପାଇ ହିଲଟପ୍ ଠାରୁ ରଙ୍ଗପାଣି କୁ ସାଢେ ତିନି କିଲୋମିଟର ରାସ୍ତା ତିଆରି ପାଇଁ ଆଲୋଚନା ହେଇଥିଲା ଗ୍ରାମବାସୀ ସହ । ଜଙ୍ଗଲ ଜମି ଥିବାରୁ ସମସ୍ୟା ସୃଷ୍ଟି ହେଇଥିଲା । ବର୍ତମାନ କାମ ଆଗେଇଛି । ରଙ୍ଗପାଣି ଗ୍ରମାବାସୀ ଙ୍କ ମୁଂହ ରେ ଖୁସୀ ଖେଳିବାକୁ ଯାଉଛି । କାରଣ ସେମାନେ ପାଇବେ ଗାଁ କୁ ନୁଆ ରାସ୍ତା । ବର୍ତମାନ ବିଡିଓ ଅଶ୍ବୀନି ମହାପାତ୍ର ,ସହକାରୀ ଯନ୍ତ୍ରୀ ମଲିକ ବାବୁ ,କନିଷ୍ଠ ଯନ୍ତ୍ରୀ ଅକ୍ଷୟ ସାହୁ ପ୍ରମୁଖ ପହଞ୍ଚି ତଦାରଖ କରୁଛନ୍ତି । ସେ ଯାହା ବି ହେଉ ବ୍ଲକ ପ୍ରଶାସନ ର ଏପରି ଉଦ୍ୟମ ପ୍ରସଶଂନୀୟ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଜୁ ଏକ୍ସପ୍ରେସ ସଡ଼କ ରେ ପୁଣି ଦୁର୍ଘଟଣା, ଦୁଇ ବାଇକ୍ ଧକ୍କା ରେ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

masiha

ଲଗାଣ ବର୍ଷା ଯୋଗୁଁ କୋଇଡା ବିଦ୍ୟୁତ୍ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି

Sunil Chandra Nayak

ଗଢ ଗ୍ରାମର ଶ୍ରୀ ଶ୍ରୀ ଐଶ୍ଵାନେଶ୍ବର ଶିବ ମନ୍ଦିର ମୁଖ୍ୟ ପୂଜକ ସଞ୍ଜୟ ପଣ୍ଡା ( ଲିଟୁ ନନା) ଆର ପାରିରେ, ରାଇରଙ୍ଗପୁରରେ ଶୋକର ଛାୟା

masiha

Leave a Comment

error: Content is protected !!