ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପ୍ରଭୁ ଅଷ୍ଟଶମ୍ଭୁଙ୍କ ମନ୍ଦିର ଇତିହାସ, ୨- ମଠକରଗୋଳା ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ,୩- ଢେଙ୍କାନାଳ-ଭୁବନ ରାସ୍ତାରେ ମରଣଯନ୍ତା, ବୁଲାଣିରେ ବଡ଼ ଗାତ ,୪- ମହାବିରୋଡ ରେଞ୍ଜରୁ ହାତୀ ଦାନ୍ତ ଜବତ, ୪ ଗିରଫ ,୫- ଢେଙ୍କାନାଳ ଜିଲାରେ ବଢିଚାଲିଛି ଗୋରୁ ଚାଲାଣ, ପୋଲିସ ନିଷ୍କ୍ରିୟ , ୬- କରେଣ୍ଟରେ ହାତୀ ମରିବା ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ, ୭- ପୁଣି ଅଣନିଶ୍ୱାସୀ ହୋଇ ୪ ଛାତ୍ରୀ ଅସୁସ୍ଥ , ୮-ଅବସରପ୍ରାପ୍ତ ଭେଷଜଙ୍କ ପରଲୋକ 

ପ୍ରଭୁ ଅଷ୍ଟଶମ୍ଭୁଙ୍କ ମନ୍ଦିର ଇତିହାସ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକର କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ । ଏହି ମନ୍ଦିରର ନିର୍ମାଣ ୭୦୦ ଖ୍ରୀଷ୍ଟାବ୍ଦରେ ହୋଇଛି। କଳାପାହାଡ଼ଙ୍କ ଦ୍ଵାରା ଏହି ମନ୍ଦିର ଉପରେ ଆକ୍ରମଣ କଲା। ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି : କନକେଶ୍ବର,ସ୍ଵପ୍ତେଶ୍ବର,ଐଶାନେଶ୍ବର, କପିଳେଶ୍ଵର,ବୈଦ୍ୟନାଥେଶ୍ଵର,ପଶ୍ଚିମେଶ୍ଵର,ବାଣେଶ୍ଵର ଲୋକନାଥେଶ୍ଵର । ମୁଖ୍ୟମନ୍ଦିରରେ ଥିବା କନକେଶ୍ୱରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ ଲିଙ୍ଗ ଚତୁପାର୍ଶ୍ଵରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା। ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି ଫୁଟ । କନକେଶ୍ଵର ମନ୍ଦିରର ଦ୍ଵାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ୱ କାନ୍ଥରେ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ରହିଛି। ପୀଠର ପୂର୍ବଦିଗରେ ଏକ ସ୍ଵତନ୍ତ୍ର ଆସ୍ଥାନରେ ଦଶଭୁଜା ମହିଷମର୍ଦ୍ଦିନୀ ଦୁର୍ଗା ବିରାଜିତ। ଏହି ଦେବୀ କନକେଶ୍ଵରୀ ବା କନକଦୁର୍ଗା ଭାବେ ପରିଚିତ । ଆଠଟି ଯାକ ଶିବମନ୍ଦିର ଓ କନକଦୁର୍ଗା ମନ୍ଦିର ଗୋଟିଏ ପ୍ରସ୍ତର ଚଟାଣ ଉପରେ ଅବସ୍ଥିତ ଥିଲା। କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା। ଓଡ଼ିଶାରେ ଭୌମକରମାନେ ରାଜତ୍ଵ କରୁଥିବା ସମୟରେ ଶୁଳ୍କୀମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ଵ କରୁଥିଲେ। ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ। ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ।

ମଠକରଗୋଳା ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର 

କାମାକ୍ଷାନଗର – ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସହାୟତା କ୍ରମେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ର ଆନୁକୁଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ କିପରି ସଶକ୍ତ ହେବାକୁ ସହାୟତା ପ୍ରଦାନ କରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ମାନସିକ ସ୍ତରରେ ଦୃଢ଼ ହେବା ସହ ଆତ୍ମରକ୍ଷା କୌଶଳ ଶିକ୍ଷା ଅପରିହାର୍ଯ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ବାଣିଜ୍ୟ ବିଭାଗର ମୂଖ୍ୟ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ଆତ୍ମରକ୍ଷା ପ୍ରଶିକ୍ଷଣ ଏବଂ ନାରୀ ସଶକ୍ତିକରଣ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଇଂରାଜୀ ବିଭାଗର ମୂଖ୍ୟ ଅଧ୍ୟାପିକା ସ୍ଵପ୍ନିତା ରାଉତ ଆଧୁନିକ ସମାଜରେ ସଶକ୍ତ ନାରୀ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଶକ୍ତି ଶ୍ରୀ ସଂଯୋଜିକା ଅଧ୍ୟାପିକା ଶୁଭ ସ୍ମିତା ବିଶ୍ଵାଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ଇତିହବିଭାଗର ମୂଖ୍ୟ ଅଧ୍ୟାପିକା ସବିତା ଦେହୁରୀ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ନାରୀ ସମାଜ ର ଐତିହାସିକ ଭିତ୍ତିଭୂମି ଉପରେ ଆଲୋକପାତ କରିବା ସହ ସୁସ୍ଥ ସମାଜ ଗଠନ ନିମନ୍ତେ ଆଦର୍ଶ ନାରୀ ର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ମୂଖ୍ୟ ଅଧ୍ୟାପିକା ବିଦ୍ୟାବତୀ ରାଜୀନ୍ଦ୍ର ପ୍ରତିକୁଳ ପରିସ୍ଥିତି କୁ ମୁକାବିଲା କରିବାରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଛାତ୍ରୀ ମାନଙ୍କର ମନୋବଳ କୁ ଦୃଢ଼ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ। ପ୍ରଶିକ୍ଷଣ ସଂଯୋଜିକା ଅଧ୍ୟାପିକା ଅର୍ଚ୍ଚିତା ମହାମାନସିଂ ଛଅ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିର୍ଘଣ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ପିନାକ୍ଷୀ ସ୍ଵାଇଁ ପାଠ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିବା ସହ ପ୍ରଶିକ୍ଷାର୍ଥୀଙ୍କୁ ସଶକ୍ତ ହେବାକୁ ଆହ୍ବାନ ଦେଇଥିଲେ। ଅଧ୍ୟାପିକା ବିଜୟିନୀ ଲେଙ୍କା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଅଧ୍ୟାପିକା ଦିପ୍ତିମୟୀ ସାହୁ ରଶ୍ମିତା ଖୁଣ୍ଟିଆ, ରୋଜାଲିନ୍ ପୃଷ୍ଟି ଓ ଫକୀର ମୋହନ ଲେଙ୍କା ପ୍ରମୁଖ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତାରେ ସହାୟତା ପ୍ରଦାନ କରିଥିଲେ। ଏଥିରେ ଯୁକ୍ତ ତିନି ଶ୍ରେଣୀର ଅଶୀ ଜଣ ଛାତ୍ରୀ ପ୍ରଶିକ୍ଷଣ ରେ ଅଂଶଗ୍ରହଣ କରିବେ।

ଢେଙ୍କାନାଳ-ଭୁବନ ରାସ୍ତାରେ ମରଣଯନ୍ତା, ବୁଲାଣିରେ ବଡ଼ ଗାତ 

ଢେଙ୍କାନାଳ- ଭୁବନ ମୁଖ୍ୟ ରାସ୍ତାର ସାପୁଆଝର ନିକଟରେ ପୂର୍ତ୍ତ ବିଭାଗ ରାସ୍ତା ମଝିରେ ସୃଷ୍ଟି ହୋଇଛି ବଡ଼ ଗାତ। ବାହାରୁ ଦେଖିଲେ ଗାତଟି ଛୋଟ ଲାଗୁଥିଲେ ମଧ୍ୟ ଭିତରେ ଅତଡ଼ା ଖସି ପ୍ରାୟ ୧୦ ଫୁଟରୁ ଅଧିକ ଅଞ୍ଚଳ ଖାଲି ହୋଇଯାଇଛି। ରାସ୍ତାର ତଳଭାଗ ମଧ୍ୟ ଦୁର୍ବଳ ହୋଇଥିବାରୁ ଆହୁରି ଅଞ୍ଚଳ ଧସିଯିବାର ଆଶଙ୍କା ରହିଛି।ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକଙ୍କ ସମେତ ବସ୍‌, ଟ୍ରକ୍‌, କାର୍‌ ଓ ବହୁ ସଂଖ୍ୟକ ଭାରିଯାନ ଚଳାଚଳ କରୁଛି। ଢେଙ୍କାନାଳ, ଗଁଦିଆ ଓ ଭୁବନ ଅଞ୍ଚଳକୁ ଯାତାୟାତ କରୁଥିବା ଲୋକଙ୍କ ସହ ବହୁ ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ଗଁଦିଆ ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଯିବା ପାଇଁ ମଧ୍ୟ ଏହା ଏକ ପ୍ରମୁଖ ରାସ୍ତା।ଗାତଟି ବୁଲାଣି ରାସ୍ତାରେ ଥିବାରୁ ଦୂରରୁ ଚାଳକଙ୍କ ନଜରକୁ ସହଜରେ ଆସୁନାହିଁ। ବିଶେଷକରି ରାତି ଓ ବର୍ଷା ସମୟରେ ଏହା ଆହୁରି ବିପଦଜନକ ହୋଇପଡ଼ୁଛି। ହଠାତ୍‌ ଗାତ ନିକଟରେ ପହଞ୍ଚିଲେ ଦୁଇଚକିଆ ଯାନ ଓ ଭାରିଯାନ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ରାସ୍ତା ନିର୍ମାଣକୁ ଏପର୍ଯ୍ୟନ୍ତ ଦୁଇ ବର୍ଷ ମଧ୍ୟ ପୂରଣ ହୋଇନାହିଁ। ଏତେ କମ୍‌ ସମୟ ମଧ୍ୟରେ ରାସ୍ତା ମଝିରେ ଏଭଳି ବଡ଼ ଗାତ ସୃଷ୍ଟି ହେବା ନେଇ ରାସ୍ତାର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି। ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ ଗାତ ନିକଟରେ ସତର୍କତାମୂଳକ ବ୍ୟବସ୍ଥା କରିବା ସହ ରାସ୍ତାର ତଳଭାଗ ଯାଞ୍ଚ କରି ସ୍ଥାୟୀ ଭାବେ ମରାମତି କରିବାକୁ ଅଞ୍ଚଳବାସୀ ବିଭାଗ ନିକଟରେ ଦାବି କରିଛନ୍ତି।

ମହାବିରୋଡ ରେଞ୍ଜରୁ ହାତୀ ଦାନ୍ତ ଜବତ, ୪ ଗିରଫ

କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକରେ ଦୁଇଟି ହାତୀ ଦାନ୍ତ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଟମ୍ପେଇ ଗାଁ ନିକଟ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ଗତ ଅଗଷ୍ଟ ୧୦ ତାରିଖରେ ଏକ ଗଳିତ ଶିଶୁ ହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା। ହାତୀଟିର ମୃତ୍ୟୁର କାରଣ ସେତେବେଳେ ଅସ୍ପଷ୍ଟ ଥିବା ବେଳେ ଦାନ୍ତ ଚୋରି ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା।ଡିଏଫଓ ଲଳିତ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମହାବିରୋଡ ରେଞ୍ଜର ସୁଶାନ୍ତ କୁମାର ପାତ୍ର ଓ ତାଙ୍କ ଟିମ୍ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମହାବିରୋଡ ଥାନା ଟମ୍ପେଇ ଗାଁର ସନାତନ ନାଏକ, ଲକ୍ଷ୍ମୀଧର ନାଏକ, କୁବେର ସିଂହ ଏବଂ ବାଘମୁଣ୍ଡା ଗାଁର ସିପୁନ ପାତ୍ର।ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଡିଏଫଓ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତିl କାମାକ୍ଷାନଗର ଜିରିଡାମାଳି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟ୍‌ରେ ଡିଏଫଓ ଏହି ସୂଚନା ଦେଇଥିଲେ। ପ୍ରେସମିଟ୍‌ରେ ଡିଏଫଓଙ୍କ ସମେତ ଏସିଏଫ, ରେଞ୍ଜର ଓ ବନ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଢେଙ୍କାନାଳ ଜିଲାରେ ବଢିଚାଲିଛି ଗୋରୁ ଚାଲାଣ, ପୋଲିସ ନିଷ୍କ୍ରିୟ 

ଢେଙ୍କାନାଳ –  ଗୋରୁ ଚାଲାଣ କରୁଥିବା ୨ଟି ଗାଡି ଧକ୍କାରେ ଜଣେ ଡ୍ରାଇଭର ଆହତ। ଜଣେ ଧାରା ପଡିଥିଲା ଅନ୍ୟ ୩ ଫେରାର। ଆଜି ଭୋର ସମୟରେ ଢ଼େଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ୫୫ନ ଜାତୀୟ ରାଜପଥ ବାଇପାସ୍ ରାସ୍ତା ରେ ଗୋଟିଏ ସ୍କର୍ପିଓ ଗାଡ଼ି ସହିତ ପିକ୍ ଅପ୍ ଭ୍ୟାନ ମଧ୍ୟରେ ଧକ୍କା ହୋଇଥିଲା l ଉଭୟ ଗାଡ଼ିରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜଣା ପଡିଥିଲା। ସ୍କର୍ପିଓ ରେ ୫/୬ଟି ବାଛୁରୀ ଥିବା ବେଳେ ପିକ୍ ଅପ ରେ ୨୫ରୁ ଅଧିକ ଗୋରୁ ରହିଥିଲେ। ଦୁର୍ଘଟଣାରେ ସ୍କର୍ପିଓ ଡ଼୍ରାଇଭର ଆହତ ହୋଇଛନ୍ତି। ସ୍କର୍ପିଓ ଡ଼୍ରାଇଭରଙ୍କ କହିବା ମୁତାବକ ସେମାନେ ୪ ଜଣ ଏହି ୨ଟି ଗାଡି କଟକ ଜଗତପୁର ଅଞ୍ଚଳ ରୁ ଆସି ଢ଼େଙ୍କାନାଳ ହିନ୍ଦୋଳ ରୋଡ ରୁ ଗୋରୁ ନେଇ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ନାଇଟ କୋଚ ବସ ପିକ୍ ଅପ୍ ଗାଡି କୁ ସାଇଡ ମାରିବାରୁ ପିକ୍ ଅପ୍ ଡ଼୍ରାଇଭର ହଠାତ ବ୍ରେକ ମାରି ଦେଇଥିଲେ।ଫଳରେ ପଛରେ ଥିବା ସ୍କର୍ପିଓ ଗାଡ଼ିଟି ପିକ୍ ଅପ୍ ପଛରୁ ଧକ୍କା ଦେଇଥିଲା।ଖବରପାଇ ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।

କରେଣ୍ଟରେ ହାତୀ ମରିବା ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ବନଖଣ୍ଡଖଣ୍ଡ ଅଧୀନ ହିନ୍ଦୋଳ ବନାଞ୍ଚଳରେ କରେଣ୍ଟ ଯୋଗେ ହାତୀ ମରିବା ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ କରିଛି ବନବିଭାଗ।ପ୍ରକାଶ ହିନ୍ଦୋଳ ବନାଞ୍ଚଳ ଅଧୀନ ବିମ୍ବୋରୀ ସେକ୍ସନ ଇଶ୍ବରାପାଳ ଗ୍ରାମ ନିକଟରୁ ପ୍ରାୟ ଦୁଇକିମି ଦୂର ଏକ କାଜୁ ଜଙ୍ଗଲରେ ଏକ ହାତୀ ମରି ପଡିଥିବାର ଖବରପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀଙ୍କ ନେତୃତ୍ୱରେ ବନବିଭାଗ ଟିମ ଯାଇ ଉଦ୍ଧାର କରି ତଦନ୍ତ କରିଥିଲେ ।ତେବେ ପ୍ରାଥମିକ ତଦନ୍ତରେ ଜନ୍ତୁ ଶୀକାର ପାଇଁ ବିଛା ଯାଇଥିଵା ବିଦ୍ୟୂତ ତାର ସଂସ୍ପର୍ଶରେରେ ଆସି ହାତୀ ର ମୃତ୍ୟୁ ହୋଇ ଥିବାର ସୂଚନା ମିଳିଥିବାବେଳେ ସେହି ଅଞ୍ଚଳର ଶ୍ରୀଧର ପାତ୍ରଙ୍କ ପୁଅ ଦୁର୍ଦ୍ଧାନ୍ତ ଶିକାରୀ ସନାତନ ପାତ୍ର(୨୮)କୁ ଗିରଫ କରି ଆଜି ହାତୀମାରିବା ଅଭିଯୋଗରେ ବନ୍ୟଜନ୍ତୁ ଶିକାର କେଶ ନଂ ୦୭/୨୦୨୬ରେ କୋର୍ଟ ଚାଲାଣ କରିଛନ୍ତି। ତେବେ ଜଙ୍ଗଲ ଜନ୍ତୁ ଶିକାରୀ ଓ କାଠ ମାଫିଆଙ୍କ ଅପରାଧ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ହିନ୍ଦୋଳ ବନାଞ୍ଚଳ ଅଧିକାରୀ(ରେଞ୍ଜର) ତ୍ରିଲୋଚନ ଦେହୁରୀ କହିଛନ୍ତି।

ପୁଣି ଅଣନିଶ୍ୱାସୀ ହୋଇ ୪ ଛାତ୍ରୀ ଅସୁସ୍ଥ

ଢେଙ୍କାନାଳ – ଗଁଦିଆ ବିଜ୍ଞାପିତ ଅଂଚଳ ପରିଷଦ ରେ ଥିବା ବହୁ ପୁରୁଣା ସରକାରୀ ଉଚ୍ଚ ବିଦ୍ୟାଳୟ, ଗଁଦିଆ ରେ ଆଜି ସେହି ପୁରୁଣା ରୋଗର ଆବିର୍ଭାବ ଦେଖିବାକୁ ମିଳିଛି ଶ୍ରେଣୀ ଗୃହରେ ବସିଥିବା ସମୟରେ ପୁଣି ଆଜି ୪ ଜଣ ଛାତ୍ରୀ ଅଣନିଶ୍ୱାସୀ ହୋଇ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ ହୋଇଛନ୍ତି ଉକ୍ତ ବିଦ୍ୟାଳୟଟି ୧୯୬୨ ମସିହାରେ ସ୍ଥାପିତ ହୋଇଛି, ଏଠାରେ ଷଷ୍ଠ ଠାରୁ ଆରମ୍ଭ କରି ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷା ଦାନ ପ୍ରଦାନ କରାଯାଉଛି ବର୍ତ୍ତମାନ ଉକ୍ତ ବିଦ୍ୟାଳୟର ପିଲାଙ୍କ ସଂଖ୍ୟା ୪୨0ଅଟେ ଚଳିତ ମାସ ୭ ତାରିଖ ଦିନ ଅଷ୍ଟମ ଶ୍ରେଣୀ ଗୃହରେ ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ ହୋଇଥିଲେ ଯେହେତୁ ଉକ୍ତ ଶ୍ରେଣୀରେ ୮୮ ଜଣ ପିଲା ଅଧୟନ କରନ୍ତି ଉକ୍ତ ଶ୍ରେଣୀ ଗୃହ ଟି ଛୋଟ ଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଛାତ୍ରୀ ମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଭାବି ବିଦ୍ୟାଳୟ ପକ୍ଷରୁ ଉକ୍ତ ଅଷ୍ଟମ ଶ୍ରେଣୀ ପିଲା ମାନଙ୍କୁ ଏକ ବଡ଼ ଶ୍ରେଣୀ ଗୃହ କୁ ସ୍ଥାନାନ୍ତର କରାଯାଇଛି କିନ୍ତୁ ଦୁର୍ଭାଗ୍ୟ ବଶତଃ ପୂର୍ବରୁ ଯେଉଁ ଛଅ ଜଣ ଛାତ୍ରୀ ଅସୁସ୍ଥ ହୋଇଥଲେ ପୁଣି ଆଜି ସେମାନଙ୍କ ମଧ୍ୟରୁ ଚାରି ଜଣ ଛାତ୍ରୀ ଅନୁରୂପ ଭାବରେ ଅଣନିଶ୍ୱାସୀ ହୋଇ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ ହୋଉଥିଲେ ଯାହାକୁ ନେଇ ବିଦ୍ୟାଳୟର ପିଲାଙ୍କ ମଧ୍ୟରେ ଭୟ ସଂଚାର ହୋଇଥିବାର ଦେଖିବାକୁ ମିଳିଛି ଏହି ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ଓଝା ଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହନ୍ତି ଆଜି ଯେଉଁ ଚାରି ଜଣ ଛାତ୍ରୀ ଅସୁସ୍ଥ ଥିଲେ ପୂର୍ବରୁ ମଧ୍ୟ ସେହି ୪ ଜଣ ଅସୁସ୍ଥ ହୋଉଥିଲେ ଏହି ଅସୁବିଧା କୁ ନଜରରେ ରଖି ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଏକ ବଡ଼ ଶ୍ରେଣୀ ଗୃହ କୁ ସ୍ଥାନାନ୍ତର କରାଯାଇଛି, ଉକ୍ତ ଛାତ୍ରୀ ମାନଙ୍କର ଅଭିଵାବକ ଙ୍କୁ ଡକା ଯାଇ ସେମାନଙ୍କ ପିଲାଙ୍କୁ ହସ୍ତାନ୍ତର କରାଯାଇଛି ଓ ୧୫ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟ କୁ ଆସିବାକୁ ମନା କରାଯାଇଛି ତୁରନ୍ତ ସେମାନଙ୍କର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇବା ସହିତ ସେମାନଙ୍କର ଚିକିତ୍ସା ଆରମ୍ଭ କରିବାକୁ କୁହାଯାଇଛି ନିର୍ଦ୍ଧିଷ୍ଟ ଭାବରେ ସେହି ଚାରି ଜଣ ଛାତ୍ରୀଙ୍କର ସ୍ୱାସ୍ଥ୍ୟ ଖରାପ କାହିଁକି ହେଉଛି ତାହା ଏକ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ବୋଲି ପ୍ରଧାନ ଶିକ୍ଷକ ମତ ବ୍ୟକ୍ତ କରିଛନ୍ତି।

ଅବସରପ୍ରାପ୍ତ ଭେଷଜଙ୍କ ପରଲୋକ 

କାମାକ୍ଷାନଗର- କାମାକ୍ଷାନଗର ଏନଏସି ର ପୁରୁଣାରେକୁଳା ଗ୍ରାମର ଅବସରପ୍ରାପ୍ତ ଭେଷଜଜ୍ଞ ଈଶ୍ୱର ଚନ୍ଦ୍ର ସାହୁଙ୍କର ନିଜ ବାସଭଵନ ରେ ପରଲୋକ ହୋଇଯାଇଛି l ସ୍ବର୍ଗତ ସାହୁଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବନ୍ଧୁ, ବାନ୍ଧବ ପୁରୁଣା ରେକୁଳା ସ୍ଥିତ ବାସଭାବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ l ସ୍ବର୍ଗତ ସାହୁ ଉପଖଣ୍ଡ ଚିକିତ୍ସାଳୟରୁ ଅବସର ନେବା ପରେ ସମାଜସେବା ପ୍ରତି ଗୁରିତ୍ୱ ଦେଇ ପାଠକ ମଞ୍ଚର ଜଣେ ସଦସ୍ୟ ଭାବେ ବିଭିର୍ନ୍ନ ସମୟରେ ସହାୟତା କରି ଆସୁଥିଲେ l ତାଙ୍କର ମୃତ୍ୟୁରେ ପାଠକ ମଞ୍ଚ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି l ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଭିନ୍ନ ଦାବି ନେଇ ବିଶ୍ରା ତହସିଲ କାର୍ଯ୍ୟାଳୟ ଘେରାଉ

masiha

ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ 

Sunil Chandra Nayak

6 ବର୍ଷ ବିତିଲା ସମ୍ପୁର୍ଣ୍ଣ ହେଲାନି ପୋଲ

masiha

Leave a Comment

error: Content is protected !!