ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଜୁଳି ସଂଯୋଗ ନାମରେ ବେ ଆଇନ ଗଛ କଟା, ଚେଇଁ ଶୋଇଛି ବନ ବିଭାଗ ! 

ଭବାନୀପାଟଣା – – ପ୍ରାକୃତିକ ପରିବେଶ ବିପର୍ଯ୍ୟୟ ଯୋଗୁଁ ସମଗ୍ର ପୃଥିବୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ହେଁ ସଚେତନତା ର ଅଭାବ ଓ ବିଭାଗୀୟ କର୍ମଚାରୀ ଙ୍କ ଚେଇଁ ଶୋଇବା ମନୋଭାବ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ସ୍ରୁଷ୍ଟି କରୁଛି। ବିଶେଷକରି ବିକାଶ ନାଁ ରେ ପରିବେଶ ବିନାଶ କରୁଛନ୍ତି ଲୋକେ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ। ଜୟପାଟଣା ଅନ୍ତର୍ଗତ ମୂଖିଗୁଡ଼ା ଶକ୍ତି ଗୃହ ରୁ ଜୟପାଟଣା ସବ୍ ଷ୍ଟେସନ କୁ ୩୩କେ ଭି ବିଦ୍ୟୁତ୍ ସଂଯୋଗ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଥିବା ବେଳେ ଏହି ପରିସର ମଧ୍ୟରେ ଆସୁଥିବା ଅନେକ ମୂଲ୍ୟବାନ ଗଛ ମାନଙ୍କୁ ବେ ଆଇନ ଭାବରେ କାଟି ଦେଉ ଥିବା ଜୟ ପାଟଣା ଥାନା ଓ ବନବିଭାଗ ଠାରେ ଲୋକେ ଅଭିଯୋଗ କରିଥିବା ସୂଚନା ମିଳିଛି। ପ୍ରକାଶ ଯେ, ଜୟପାଟଣା ସବ୍ ଷ୍ଟେସନ ରୁ ମୁଖୀଗୁଡ଼ା ଶକ୍ତି ଗୃହ ପର୍ଯ୍ୟନ୍ତ ୩୩କେ ଭି ବିଦ୍ୟୁତ୍ ସଂଯୋଗ ପାଇଁ ଖମ୍ବ ପୋତା ଓ ତାର ଟାଣିବା ପାଇଁ ଏକ ସଂସ୍ଥା କାର୍ଯ୍ୟାରମ୍ଭ କରି ମୁଖିଗୁଡ଼|ପର୍ଯ୍ୟନ୍ତ ପରିସର ରେ ଆସୁଥିବା ମୂଲ୍ୟବାନ ଗଛ ମାନଙ୍କୁ ମଧ୍ୟ ବେ ଆଇନ ଭାବରେ କାଟି ଦେଇଥିବା ଅଭିଯୋଗ ହୋଇଛି|ଉଭୟ ସରକାରୀ ଓ ବେସରକାରୀ ଜମିରେ ଥିବା ଗଛ ଗୁଡ଼ିକ କଟା ଯାଉଥିଲେ ହେଁ ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବିଶେଷ କରି ପାଇକ କେନ୍ଦୁ ମୁଣ୍ଡି ଗ୍ରାମର ଲଛୁ ରାମ ଚଣ୍ଡି ଓ ବଳଦେବ ଚଣ୍ଡି ଙ୍କ ଜମିରେ ଥିବା ୨୩ଟି ଗଛ କୁ ମଧ୍ୟ କାଟି ଦେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଠିକାଦାର ଗଛ କଟା ସମ୍ପର୍କରେ କୌଣସି ଅନୁମତି ନେଇ ନ ଥିବା ଆଲୋଚନା ହେଉଥିବା ବେଳେ ବନ ବିଭାଗ ର କୁମ୍ଭ କର୍ଣ୍ଣ ନିଦ୍ରା ଏ ଯାବତ୍ ଭଙ୍ଗ ହୋଇନାହିଁ ନା ବିଭାଗ ଚେଇଁ ତାହା ଜଣାପଡିନାହିଁ। ଏ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ସ୍ପଷ୍ଟ ଦିବାଲୋକରେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବା ଘଟଣାରେ ୫ ଡ଼କାୟତ ଗିରଫ , ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

masiha

ତିରିଂ ଅଂଚଳରେ ଝାଡ଼ଖଣ୍ଡ ବାଲୁ ମାଫିଆଙ୍କ ରାଜ; ୨ ହାଇଭାକୁ ଜବତ କଲା ଝରାଡିହି ଥାନା; ଅପହରଣ ମାମଲାରେ ଗାଡ଼ି ସହିତ ୩ ଅଟକ

masiha

ଡକାୟତି ଉଦ୍ୟମ ପଣ୍ଡ : ୫ ଅଭିଯୁକ୍ତଙ୍କ ଗିରଫ ସମେତ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

Leave a Comment

error: Content is protected !!