ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ : ସେମି ଫାଇନାଲ ରେ ଜୁନାଗଡ଼

ଜୁନାଗଡ଼,୨/୩(ନି.ପ୍ର) ଜୁନାଗଡ଼ ସହର ସ୍ଥିତ ଭୈରବ ଖେଳ ପଡିଆ ଠାରେ ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଅନ୍ତାଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଅଷ୍ଟମ ଦିନ ଖେଳରେ ଖରିଆର କୁ ହରାଇ ଜୁନାଗଡ଼ ସେମି ଫାଇନାଲ କୁ ଉନ୍ନିତ ହୋଇଛି।ଏହି ଅବସରରେ ଅତିଥି ଭାବରେ ଜୁନାଗଡ଼ ବି. ଡି. ଓ ତୁଲାରାମ ମାରାଣ୍ଡି,ବ୍ଲକ ପବ୍ଲିକ ହେଲଥ ଅଫିସର ଭଗବାନ ପଣ୍ଡା, ଜୁନାଗଡ଼ ଆଇ ଆଇ ସି ଉତ୍ତମ ସାହୁ, ନିୟୁ ରେଡ଼ ଷ୍ଟାର କ୍ଲବ ସଦଶ୍ୟ ଶୈଳେଶ ସାହୁ, ତୁଳସୀ ପଟନାୟକ

ଯୋଗ ଦେଇଥିଲେ । ଜୁନାଗଡ଼ ଏବଂ ଖରିଆର ମଧ୍ୟରେ ଖେଳ ଅନୁଷ୍ଠିତ ଖେଳରେ ଟସ ଜିଣି ପ୍ରଥମେ ଜୁନାଗଡ଼ ବ୍ୟାଟିଂ କରି ୨୬ ଓଭର ରେ ସମସ୍ତ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଖରିଆର ୨୭.୧ଓଭର ରେ ସମସ୍ତ ଉଇକେଟ ହରାଇ ୧୪୨ ରନ ସଂଗ୍ରହ କରି

ଥିଲା। ଫଳରେ ଜୁନାଗଡ଼ ୨୩ରନ ରେ ବିଜୟ ଲାଭ କରିଥିଲା । ପୂର୍ଣ୍ଣ ମାଝୀ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ଏହି ମ୍ୟାଚ ରେ ବିଆଇ ସିସି ଲେବେଲ ୧ ଅମ୍ପାୟର ଅସିତ ପଟନାୟିକ ଏବଂ ଭବାନୀପାଟଣା ର ଅଶୋକ ସାହାଣୀ

ଅମ୍ପାୟରିଂ କରିଥିବା ବେଳେ , ନୀତିଶ ମହାପାତ୍ର ଓ ବିନୟ ସାହୁ, ଧାରାବିବରଣୀ ପ୍ରଦାନ କରିଥିଲେ । ସ୍କୋରର ଭାବେ ଏସ ଚନ୍ଦନ ଏବଂ ହାସମୀ ଖାନ ଦାୟିତ୍ବ ତୁଲାଇଥିଲେ । ଏଥିରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ର ସଭାପତି ହିମାଂଶୁ ବରାଡ଼, ସମ୍ପାଦକ କାଳିନ୍ଦରୀ ପାଣିଗ୍ରାହ୍ୟ, କୋଷାଧକ୍ଷ ଦିଲୀପ ପଣ୍ଡା,ସୋରଜ ପଣ୍ଡା, ସମୀର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ , ଚକ୍ର ଧର ବାଗ ,ସୁଜିତ ପଣ୍ଡା, ଶତ୍ରୁଜିତ ସାହୁ, କାଳିଆ କନ୍ଧପାନ ପ୍ରଭୁଦତ୍ତ ପଣ୍ଡା, ଜସକେତନ ପରିଡା ଏବଂ ରମଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ

Related posts

କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥାକୁ ନେଇ ଏକ ପରାମର୍ଶ ଶିବିର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା    ମୁଁ ସମୟ

Sunil Chandra Nayak

ମହାଲକ୍ଷ୍ମୀ ୟୁଥ କ୍ଳବ ତରଫରୁ ମା ମହାଲଷ୍ମୀ ଙ୍କ କଳସ ଯାତ୍ରା ଓ ପୂଜା 

Sunil Chandra Nayak

Leave a Comment

error: Content is protected !!