ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଏ ଏସ ଡ଼ି ତରଫରୁ ୱାର୍ଡ ସଭ୍ୟ ସଭ୍ୟା ଙ୍କ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ତିର୍ତୋଲ :- 04/04/23 :- ପଞ୍ଚାୟତକୁ ଦୃଢ ସେବା ଯୋଗାଇ ଆବଶ୍ୟକତା ଅନୁସାରେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା କରାଯାଉଛି ! ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକର ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କର୍ମଶାଳା ତିର୍ତୋଲ ଆନନ୍ଦ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି ! ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ତିର୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଥିଲେ ତିର୍ତୋଲ ଏ. ବି.ଡ଼ି. ଓ. ସତ୍ୟଜିତ ସ୍ୱାଇଁ ! ଅନ୍ୟତମ ଅତିଥି ଥିଲେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ ଏବଂ ତିର୍ତୋଲ ପଞ୍ଚାୟତର ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ! ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସ୍ମୃତି ରଞ୍ଜନ ଦାଶ ! ସିଏଏସଡ଼ି ର ପରିଚାଳକ ପ୍ରତାପ ଜେନା ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ! ଉକ୍ତ ପ୍ରଶିକ୍ଷଣ କର୍ମଶାଳାରେ ତରଜଙ୍ଗା, ତେନ୍ତୁଳିପଦା, ତିର୍ତୋଲ ଓ ଜଡତିରା ସର୍ବମୋଟ ଚାରୋଟି ପଞ୍ଚାୟତର ଷାଠିଏ ଜଣ ୱାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ! ଗୋଟିଏ ବ୍ୟାଚରେ ଷାଠିଏ ଜଣକୁ ନେଇ ତିନି ଦିନ ବ୍ୟାପି ପ୍ରଶିକ୍ଷଣ ଦିଆ ଯିବାର କାର୍ଯ୍ୟକ୍ରମ ଥିବାବେଳେ, ଏହି କର୍ମଶାଳା ଅପ୍ରେଲ 04 ତାରିଖରୁ ଆରମ୍ଭ ହୋଇ ଅପ୍ରେଲ 29 ତାରିଖ ଯାଏ ଚାଲୁ ରହିବ ବୋଲି ପ୍ରୟୋଜକ ଙ୍କ ଠାରୁ ସୂଚନା ମିଳିଛି ! ଦେକହିବାକୁ ରହିଲା ଏହି ପ୍ରଶିକ୍ଷଣ କର୍ମଶାଳା ୱାର୍ଡ ସଭ୍ୟ ସଭ୍ୟାଙ୍କୁ କିଛି ନୂଆ କରିବାକୁ ପ୍ରୋତ୍ସାହନ ଦେଉଛି ନା ପୁନଃ ମୂଷିକ ଭଵଃ ନୀତିରେ ଆଗକୁ ନେଉଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ ଅବସରରେ ସଫଳ ରକ୍ତଦାନ ଶିବିର ଆୟୋଜିତ

masiha

ବକେୟା ଦରମା ଦାବିରେ ଜିପିଏଲ୍‌ଏଫ୍ କର୍ମୀଙ୍କ ଗଣଧାରଣା ଦ୍ଵିତୀୟ ଦିନରେ 

Sunil Chandra Nayak

ଜିଲ୍ଲା ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ୱୟ ସଭା

Sunil Chandra Nayak

Leave a Comment

error: Content is protected !!